Only for Entertainment

ଭାରତରେ ବିଷ ବର୍ଷା କରୁଥିବା ଲୋକଙ୍କୁ ପାଗଳ କୁକୁର କହିଲେ ପରେଶ ରାୱଲ । ଦେଲେ ଏଭଳି ପରାମର୍ଶ………. ।

www.jagran.com
25

ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ପ୍ରତିଶୋଧର ବହି୍ନ ଜଳୁଛି । ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନକୁ କଡ଼ା ଉତ୍ତର ଦେବାକୁ ଚାହୁଁଛି ରାଷ୍ଟ୍ର, କଥାରେ ନୁହେଁ କାମରେ । ସୋସିଆଲ ମଡିଆରେ କେହି ନା କେହି ଏହା ଉପରେ ନିଜର ମନ୍ତବ୍ୟ ଦେଉଛନ୍ତି । ପାକିସ୍ତାନର ମୂଳପୋଛ କରିବା ପାଇଁ ସବୁ ଭାରତୀୟ ଦାବି କରିଥିବା ବେଳେ ଏ ନେଇ ଭାରତୀୟ ସେନା ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ଏଭଳି ହୃଦୟବିଦାରକ ଘଟଣାକୁ ନେଇ ସମସ୍ତେ ନିଜ ନିଜର ମତ ରଖିଥିବା ବେଳେ ବଲିଉଡ୍‌ ଅଭିନେତା ପରେଶ ରାଓ୍ଵଲ ସବୁ ଭାରତୀୟ ନିଉଜ୍‌ ଚ୍ୟାନେଲକୁ ଏକ ପରାମର୍ଶ ଦେଇଛନ୍ତି । ଟୁଇଟ୍‌ କରି ସେ ଏହି ପରାମର୍ଶ ଦେଇଥିବା ଜଣା ପଡ଼ିଛି ।


ଟୁଇଟ୍‌ରେ, ଯେଉଁ ଭାରତୀୟ ଏବଂ ପାକିସ୍ତାନୀମାନେ ଆତଙ୍କବାଦୀମାନଙ୍କୁ ଏବଂ ତାଙ୍କ କାମକୁ ସମର୍ଥନ କରୁଛନ୍ତି ସେମାନକୁ ଜାତୀୟ ନିଉଜ୍‌ ଚ୍ୟାନେଲକୁ ଡ଼ାକି ଆମ ଭାରତ ମାତା ଉପରେ ବିଷ ବର୍ଷା କର ନାହିଁ । ଏ ନେଇ ମୁଁ ସବୁ ଜାତୀୟ ନିଉଜ୍‌ ଚ୍ୟାନେଲକୁ ନିବେଦନ କରୁଛି । ସେଭଳି ପାଗଳ କୁକୁରଙ୍କୁ ଆମ ଭାରତକୁ ପ୍ରବେଶ କରିବାକୁ ଦିଅ ନାହିଁ । ସେମାନଙ୍କୁ ମରିବାକୁ ଦିଅ ବୋଲି ଲେଖି ଟୁଇଟ୍‌ କରିଛନ୍ତି ପରେଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More