Only for Entertainment

ରିଲିଜ ହେଲା ‘ପରୀ’ର ଆଉ ଏକ ପୋଷ୍ଟର, ଦର୍ଶକ ଦେଖିବାକୁ ପାଇବେ ଅନୁଷ୍କାଙ୍କର ଭୟଙ୍କର ଅନ୍ଦାଜ

amar ujala
0 45

ଫିଲ୍ମ ‘ପରୀ’ର ଟିଜର ରିଲିଜ ହୋଇସାରିଛି । ଟିଜରରେ ଅନୁଷ୍କାଙ୍କ ଭୟଙ୍କର ରୂପ ଦର୍ଶକଙ୍କ ସାମ୍ନାକୁ ଆସିଛି । ‘ଫିଲ୍ଲୌରୀ’ ପରେ ଅନୁଷ୍କା ଦ୍ୱିତୀୟ ଥର ପାଇଁ ଭୂତ ଚରିତ୍ରରେ ନଜର ଆସିବେ । ‘ଫିଲ୍ଲୌରୀ’ରେ ଅନୁଷ୍କା ଭୂତ ହୋଇ ଦର୍ଶକଙ୍କୁ ହସାଇଥିବା ବେଳେ, ଏହି ଫିଲ୍ମରେ ସେ ଲୋକଙ୍କୁ ଡରାଇବାର ଦେଖିବାକୁ ମିଳିଛି ।

ଫିଲ୍ମର ପ୍ରଥମ ଟିଜରରେ ଅନୁଷ୍କାଙ୍କର ଏହି ଭୟଙ୍କର ରୂପକୁ ଦର୍ଶକ ପୂର୍ବରୁ କେବେ ଦେଖିନଥିବେ । ଫିଲ୍ମର ପ୍ରଥମ ଟିଜରକୁ ବର୍ତ୍ତମାନ ସୁଦ୍ଧା ୧୦ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ଟିଜର ରିଲିଜ ହେବା ପରେ ଫିଲ୍ମର ନୂଆ ପେଷ୍ଟର ଜାରି କରାଯାଇଛି । ‘ପରୀ’ର ନୂଆ ପୋଷ୍ଟରରେ ଅନୁଷ୍କାଙ୍କର ଲୁକ ଖୁବ ଭୟଙ୍କର ହୋଇଛି । ଏହି ପୋଷ୍ଟରରେ ଅନୁଷ୍କା ଟ୍ୟାପକୁ ଧରିଥିବା ନଜର ଆସିଛନ୍ତି । ଏହା ପୂର୍ବରୁ ଫିଲ୍ମର ଦୁଇଟି ଟିଜର ରିଲିଜ କରାଯାଇଥିଲା ।

ପ୍ରଡ୍ୟୁସର ପ୍ରେରଣା ଅରୋଡା ଏହି ପୋଷ୍ଟକୁ ଶେୟାର କରିଥିଲେ । ଫିଲ୍ମ ୨ ମାର୍ଚ୍ଚକୁ ରିଲିଜ ହେବ । ପ୍ରୋସିତ ରାୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୁଷ୍କାଙ୍କ ବ୍ୟତୀତ ପରମବ୍ରହ୍ମ ଚଟର୍ଜୀ , ରତନ କପୁର ଏବଂ ରିତା ବିହାରୀ ଚକ୍ରବର୍ତ୍ତୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More