Only for Entertainment

ଫିଲ୍ମ ପରୀରେ ଅନୁଷ୍କାଙ୍କର ଭୟଙ୍କର ରୂପ, ଟ୍ରେଲର ଦେଖିଲେ ଥରି ଉଠିବ ଛାତି ।

DNA India
0 41

ବଲିଉଡ଼ ଅଭିନେତ୍ରୀ ଏବଂ ପ୍ରଯୋଜକ ଅନୁଷ୍କା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପରୀ’କୁ ନେଇ ରହିଛନ୍ତି ବହୁତ ଚର୍ଚ୍ଚାରେ । ଆଜି ପରୀର ଟ୍ରେଲର ରିଲିଜ ହୋଇଥିବା ବେଳେ ଏହା ରହିଛି ବହୁତ ଭୟଙ୍କର । ପୂର୍ବରୁ ପ୍ରକାଶିତ ଥିଲା ଏହି ଚଳଚ୍ଚିତ୍ରଟି ଭୂତଙ୍କର କାହାଣୀ ଉପରେ ଆଧାରିତ ହେବ। ତେବେ ଏଥିରେ ଅନୁଷ୍କା ଅତ୍ୟନ୍ତ ଭୟଙ୍କର ଭୂମିକାରେ ନଜର ଆସୁଛନ୍ତି ।
ଅନୁଷ୍କାଙ୍କ ପୂର୍ବ ଭୂତ ଚଳଚ୍ଚିତ୍ର ‘ଫିଲୋରୀ’ରେ କମେଡ଼ି ଭୂତର ଭୂମିକାରେ ନଜର ଆସିଥିବା ବେଳେ ଏଥିରେ ସେ ଜଣେ ବାସ୍ତବିକ ଭୟଙ୍କର ଭୂମିକାରେ ନଜର ଆସୁଛନ୍ତି ।

ଅନୁଷ୍କା ଶର୍ମାଙ୍କ ପ୍ରାଯୋଜନାରେ ନିର୍ମିତ ଏହା ତୃତୀୟ ଚଳଚ୍ଚିତ୍ର । ଏହା ପୂର୍ବରୁ ‘ଏନଏଚ୧୦’ ଏବଂ ‘ଫିଲୋରୀ’ର ପ୍ରୋଯୋଜନା କରି ସାରିଛନ୍ତି । ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ସେତେଟା ଭଲ କରି ନଥିଲେ ମଧ୍ୟ ଉଭୟ ଚଳଚ୍ଚିତ୍ରରେ ଅନୁଷ୍କାଙ୍କର ଚରିତ୍ର ଦର୍ଶକଙ୍କୁ ଆକର୍ଷିତ କରିଥିଲା।

ଚଳଚ୍ଚିତ୍ରଟିର ପ୍ରଥମ କରି ନିର୍ଦ୍ଦାଶନା ଦାୟିତ୍ୱରେ ପ୍ରୋସିତ ରଏ ରହିଥିବା ବେଳେ ଚଳଚ୍ଚିତ୍ରଟି ମାର୍ଚ୍ଚ ୨ ତାରିଖରେ ରିଲିଜ ହେବା ପାଇଁ ଯାଉଛି। ଅନୁଷ୍କାଙ୍କ ସହ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ରଜତ କପୁର ଏବଂ ରିତାବାରି ଚର୍କବର୍ତ୍ତୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More