Only for Entertainment

ଅର୍ଜୁନ କପୁରଙ୍କୁ ଭଲ କିସର୍ ମାନନ୍ତି ପରିଣୀତି ଚେପ୍ରା

google
33

ବଲିଉଡ ଅଭିନେତ୍ରୀ ପରିଣୀତି ଚେପ୍ରା ଏବେ ଖୁବ ଚର୍ଚ୍ଚାରେ । ପରିଣୀତି ଏବେ ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହୱାଲଙ୍କ ବାୟୋପିକ ଫିଲ୍ମକୁ ନେଇ ବ୍ୟସ୍ତ । ସାଇନାଙ୍କ ରୋଲରେ ଫିଟ ହେବା ପାଇଁ ପରିଣୀତି ଏବେ ଖୁବ ପରିଶ୍ରମ ଏବଂ ପ୍ରାକ୍ଟିସ କରୁଛନ୍ତି । ଆପଣ ଜାଣିଥିବେ ଯେ, ପରିଣୀତି ଚୋପ୍ରା ଏବଂ ଟେନିସ ଷ୍ଟାର ସାନିଆ ମିର୍ଜା ପରସ୍ପରର ବେଷ୍ଟ ଫ୍ରେଣ୍ଡ । ଦୁହେଁ ନିକଟରେ ନେହା ଧୂପିଆଙ୍କ ଚାଟ ଶୋ’ରେ ସାମିଲ ହୋଇଥିଲେ ।

ନେହାଙ୍କ ଚାଟ ଶୋ’ରେ ପରିଣୀତି ନିଜର ପର୍ସନାଲ ଏବଂ ପ୍ରେଫେସନାଲ ଲାଇଫ ବିଷୟରେ ଅନେକ ଖୁଲାସା କରିଥିଲେ । ର‌୍ୟାପିଡ ଫାୟର ରାଉଣ୍ଡରେ ନେହା ପରିଣୀତିଙ୍କୁ ଅନେକ ମଜାଦାର ପ୍ରଶ୍ନ ପଚାରିଥିଲେ । ନେହା ପଚାରିଥିଲେ ସିଦ୍ଧାର୍ଥ ମଲହୋତରା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରୁ କିଏ ଭଲ କିସର ?

parineeti-chopra

ଏହାର ଉତ୍ତର ଦେଇ ପରିଣୀତି କହିଥିଲେ, ‘ଅର୍ଜୁନ କପୁର ଜଣେ ଭଲ କିସର । ମୋର ଅର୍ଜୁନ ସହିତ ଏକ ୟୁନିକ ଏବଂ ରେୟାର ରିଲେସନସିପ ରହିଛି । ଅର୍ଜୁନ ସହିତ ମୁଁ ନିଜ ଭଳି ରୁହେ । ଅର୍ଜୁନ ଏବଂ ସିର୍ଦ୍ଧାଥ ମଧ୍ୟରେ ମୁଁ ଅର୍ଜୁନକୁ ବାଛିବି ।’

ଶୋ’ରେ ପରିଣୀତି କହିଥିଲେ ଯେ, ଦୀପିକା ପାଦୁକୋନ ଏବଂ ଅଭିତାଭ ବଚ୍ଚନଙ୍କ ଫିଲ୍ମ ‘ପିକୁ’ ପ୍ରଥମେ ତାଙ୍କୁ ଅଫର କରାଯାଇଥିଲା । ମାତ୍ର ଡେଟ ଇସ୍ୟୁ ଥିବାରୁ ସେ ଏହି ଫିଲ୍ମ ସାଇନ କରିପାରିଲେ ନାହିଁ । ଏହା ପରେ ଦୀପିକାଙ୍କୁ ଏହି ରୋଲ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More