Only for Entertainment

ନମସ୍ତେ ଇଂଲଣ୍ଡ’ର ପ୍ରଥମ ଗୀତ ‘ତେରେ ଲିୟେ’ ହେଲା ରିଲିଜ, ଦେଖିବାକୁ ମିଳିଲା ଅର୍ଜୁନ ଏବଂ ପରିଣୀତିଙ୍କ ଗଭୀର ପ୍ରେମ !

youtube
0 28

ଗତ କିଛି ଦିନ ପୂର୍ବେ ଅର୍ଜୁନ କପୂର ଏବଂ ପରିଣୀତି ଚୋପ୍ରା ଷ୍ଟାରର ଫିଲ୍ମ ନମସ୍ତେ ଇଂଲଣ୍ଡର ଟ୍ରେଲର ସାମ୍ନାକୁ ଆସିଥିଲା । ଫିଲ୍ମ ଟ୍ରେଲରରେ ସମସ୍ତଙ୍କୁ ଅର୍ଜୁନ ଏବଂ ପରିଣୀତିଙ୍କ କେମେଷ୍ଟ୍ରି ଖୁବ ପସନ୍ଦ ଆସିଛି ଏବଂ ଦୀର୍ଘ ୬ବର୍ଷ ପରେ ଏହି ଯୋଡି ପୁଣି ଥରେ ଏକାଠି ସ୍କ୍ରିନ ଶେୟାର କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମରେ ପ୍ରଥମେ ଅର୍ଜୁନ ଏବଂ ପରିଣୀତି ଫିଲ୍ମ ଇସକଜାଦେ’ରେ ନଜର ଆସିିଥିଲେ ।
ଯଦି କଥା ଆସେ ଏହି ଫିଲ୍ମ ସମ୍ପର୍କରେ ତେବେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ନମସ୍ତେ ଲଣ୍ଡନର ଏହା ସିକ୍ୱେଲ ଅଟେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅମୃତାଲାଲ ଶାହ ।

ଫିଲ୍ମ ଟ୍ରେଲର କୁ ଏବେ ପର୍ଯ୍ୟନ୍ତ ଏବେ ପର୍ଯ୍ୟନ୍ତ ୨୧ମିଲିୟନ ଭ୍ୟୁ ମିଳି ସାରିଲାଣି । ଲୋକଙ୍କ ଉତ୍ସୁକତା ଦେଖି ନିର୍ଦ୍ଦେଶକ ଏହି ଫିଲ୍ମର ଗୀତ ‘ତେରେ ଲିୟେ’ରିଲିଜ କରିଛନ୍ତି । ଏହି ଗୀତକୁ ଗାଇଛନ୍ତି ଆତିଫ ଅସଲମ ଏବଂ ଆକାଂକ୍ଷା ଭଣ୍ଡାରୀ । ଗୀତ ବୋଲ ଲେଖିଛନ୍ତି ଜାବେଦ ଅଖତର । ଏହି ଗୀତର କିଛି ଝଲକ ଆପଣ ଟ୍ରେଲରରେ ମଧ୍ୟ ଦେଖିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଦଶହରା ଅର୍ଥାତ ୧୯ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More