Only for Entertainment

ପରିଣୀତିଙ୍କୁ ଜାବୁଡ଼ିଧରି ଘୁରାଉ ଥିବାର ନଜର ଆସିଲେ ସିଦ୍ଧାର୍ଥ ମଲହୋତ୍ରା ।

bollywood tadka
53

ବଲିଉଡ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରା ଏବଂ ପରିଣୀତି ଚୋପ୍ରାଙ୍କ ଅପକମିଂ ଫିଲ୍ମ ‘ଜବରିୟାଁ ଯୋଡ଼ି’ର ଟ୍ରେଲର ରିଲିଜ ହୋଇ ସାରିଛି । ଫିଲ୍ମର କାହାଣୀ ‘ପକଡ଼ୱା ବିବାହ’ ଉପରେ ଆଧାରିତ । ଟ୍ରେଲରରେ ସିଦ୍ଧାର୍ଥ ଏବଂ ପରିଣୀତି ସୁନ୍ଦର ଅଭିନୟ କରୁଥିବା ନଜର ଆସିଛି । ଫିଲ୍ମର ଟ୍ରେଲର କମେଡ଼ି ଏବଂ ପଂଚରେ ଭରପୂର । ନିକଟରେ ଫିଲ୍ମର ଟ୍ରେଲର ଲଂଚ ସମୟରେ ପରିଣୀତି ଏବଂ ସିଦ୍ଧାର୍ଥ ପହଂଚିଥିଲେ ।

ସିଦ୍ଧାର୍ଥ ଏବଂ ପରିଣୀତି କୁଲ ଅନ୍ଦାଜରେ ନଜର ଆସିଛନ୍ତି । ଏହି ସମୟରେ ଦୁଇଜଣଙ୍କର ମସ୍ତୀ କରୁଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ଫଟୋରେ ସିଦ୍ଧାର୍ଥ ପରିଣୀତିଙ୍କୁ କୁଣ୍ଢାଇ ଘୁରାଉ ଥିବାର ନଜର ଆସିଛନ୍ତି ।

ଫିଲ୍ମ କଥା ଯଦି ଆଲୋଚନା କରିବା ତେବେ ସିଦ୍ଧାର୍ଥ ଫିଲ୍ମରେ ଜଣେ ଗୁଣ୍ଡା ଚରିତ୍ରରେ ନଜର ଆସିବେ । ଅନ୍ୟ ମାନଙ୍କୁ କିଡନାପ କରି ବିବାହ କରାଉଥିବା ଅଭୟ ଶେଷ ଥର ନିଜେ ସେହି ସମାନ ସମସ୍ୟାରେ ପଡ଼ିଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More