Only for Entertainment

ତୃତୀୟ ଥର ବଦଳିଲା ଫିଲ୍ମ ଜବରିୟାଁ ଯୋଡ଼ିର ରିଲିଜ ତାରିଖ

aajtak
31

ସିିଦ୍ଧାର୍ଥ ମଲହୋତ୍ରା ଏବଂ ପରିଣୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ଜବରିୟାଁ ଯୋଡ଼ିର ରିଲିଜ ତାରିଖକୁ ନେଇ ଆସୁଛି ଭିନ୍ନ ଭିନ୍ନ ଦିନ । ଥରକ ପରେ ଥରେ ଏହା ବଦଳିବାରେ ଲାଗିଛି । ଫିଲ୍ମର ରିଲିଜ ତାରିଖ ଦ୍ୱିତୀୟ ଥର ବଦଳିଥିବା ବେଳେ ଏହା ତୃତୀୟ ଥର ବଦଳିଥିବା ଖବର ଆସିଛି ।

 

ତରନ ଆଦର୍ଶ ଫିଲ୍ମ ଜବରିୟାଁ ଯୋଡ଼ି’ର ନୂଆ ପୋଷ୍ଟର ଶେୟାର କରି ଏହାର ରିଲିଜ ତାରିଖ ବିଷୟରେ ସୂଚନା ଦେଇଛନ୍ତି । ଖବର ଅନୁସାରେ ଫିଲ୍ମ ୯ ଅଗଷ୍ଟ ୨୦୧୯କୁ ସିନେମାଘରେ ରିଲିଜ ହେବ । ପୋଷ୍ଟରରେ ସିଦ୍ଧାର୍ଥ ଏବଂ ପରିଣୀତି ଏକ ହଳଦିଆ ରଙ୍ଗର ଜିପରେ ନଜର ଆସିଛନ୍ତି । ସିଦ୍ଧାର୍ଥଙ୍କ ହାତରେ ବନ୍ଧୁକ ଅଛି । କହିରଖୁଛୁ ସିଦ୍ଧାର୍ଥ ଫିଲ୍ମରେ ଏକ ଟପୋରି ଚରିତ୍ରରେ ନଜର ଆସିବେ । ଯିଏ ଝିଅ ମାନଙ୍କୁ ଜବରଦସ୍ତ ଉଠାଇ ନେଇ ଅନ୍ୟ ସହିତ ବିବାହ କରାଇବା କାମ କରୁଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More