Only for Entertainment

‘କେଶରୀ’ର ସଫଳତା ପରେ ପରିଣୀତି ଚୋପ୍ରାଙ୍କ ହାତକୁ ଆସିଲା ବଡ ପ୍ରୋଜେକ୍ଟ , ‘ଦ ଗର୍ଲ ଅନ ଦ ଟ୍ରେନ’ର ହିନ୍ଦୀ ରିମେକରେ ଆସିବେ ନଜର

DBPOST
31

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ନିଜର ଆଗାମୀ ଫିଲ୍ମ ‘ଜବରିଆ ଯୋଡି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ନଜର ଆସିବେ । ଏହି ରୋମାଣ୍ଟିକ କମେଡି ଫିଲ୍ମର ସୁଟିଂ ଏବେ ପଟନା ଲକ୍ଷ୍ନୌରେ ଶେଷ ହୋଇଛି । ଇତି ମଧ୍ୟରେ ପରିଣୀତିଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ପରିଣୀତିଙ୍କ ହାତକୁ ଏକ ନୂଆ ପ୍ରୋଜେକ୍ଟ ଆସିଛି । ଏହାର ସୂଚନା ଖୋଦ ପରିଣୀତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦେଇଛନ୍ତି । ମିଳିଥିବା ସୂମ ଚନା ଅନୁସାରେ ପରିଣୀତିଙ୍କୁ ମେକର୍ସ ‘ଦ ଗର୍ଲ ଅନ ଦ ଟ୍ରେନ’ର ହିନ୍ଦୀ ରିମେକ ପାଇଁ ସାଇନ କରିଛନ୍ତି । ପରିଣୀତି ଟ୍ୱିଟ କରି ଲେଖିôଲେ-‘ଏହି ରୋମାଞ୍ଚକର ଥ୍ରିଲିଂ ଯାତ୍ରାରେ ବାହାରି ପଡିଛି । ଦ ଗର୍ଲ ଅନ ଦ ଟ୍ରେନର ଅଫିସିଆଲ ହିନ୍ଦୀ ରିମେକର ଅଂଶ ହୋଇ ଖୁବ ଉତ୍ସାହିତ ଅନୁଭବ ହେଉଛି ।’

ଆପଣଙ୍କୁ କହିରଖୁଛୁ ଯେ, ‘ଦ ଗର୍ଲ ଅନ ଦ ଟ୍ରେନ’ରେ ପରିଣୀତି ଏକ ବିଧବା ମହିଳା ଭୂମିକାରେ ନଜର ଆସିବେ । ଏହା ସହିତ ସେ ଫିଲ୍ମରେ କ୍ରାଇମ ସିନର ଇନଭେଷ୍ଟିକେଟ କରୁ ଥିବାର ମଧ୍ୟ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ରିଭୁ ଦାସଗୁପ୍ତା । ଯଦି ଫିଲ୍ମର ସୁଟିଂ ଠିକ ସମୟରେ ଶେଷ ହୁଏ ତେବେ ଫିଲ୍ମ ୨୦୨୦ରେ ପରଦାକୁ ଆସିବ ।

ଉଲ୍ଲେଯୋଗ୍ୟ ଯେ, ‘ଦ ଗର୍ଲ ଅନ ଦ ଟ୍ରେନ’ ବ୍ୟତିତ ପରିଣୀତି ନିକଟରେ ସାଇନା ନେହୱାଲଙ୍କ ବାୟୋପିକ ଫିଲ୍ମକୁ ମଧ୍ୟ ସାଇନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More