Only for Entertainment

ଏହି ଖାସ ଭିଡିଓକୁ ସେୟାର କରିବା ପାଇଁ ବାଧ୍ୟ ହେଲେ ଅଭିନେତ୍ରୀ ପରିଣୀତି ଚୋପ୍ରା

latestly
53

ଆଜିର ଆଧୁନିକ ଯୁଗରେ ଏବେ ମନୁଷ୍ୟ ଅନେକ କ୍ଷେତ୍ରରେ ସଫଳତା ହାସଲ କରିବାରେ ଲାଗିଛନ୍ତି । ଅନ୍ୟ ପକ୍ଷରେ ଏପରି ମଧ୍ୟ ଘଟଣା ସାମ୍ନାକୁ ଆସୁଛି ଯେଉଁଥିରୁ ମନୁଷ୍ୟ ପଶୁଙ୍କ ଠାରୁ ମଧ୍ୟ କିଛି ଶିକ୍ଷା ହାସିଲ କରୁଛି । ସୋସିଆଲ ମିଡିଆରେ ଏବେ ଏବ ହାତୀର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭଡିଓରେ ହାତୀଟି ଲୋକଙ୍କୁ ସ୍ୱଚ୍ଛତାର ସନ୍ଦେଶ ଦେଉଥିବା ଦେଖିବାକୁ ମିଳିଛି ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ହାତୀଟି ତଳେ ପଡିଥିବା ଅଳିଆକୁ ନିଜ ଶୁଣ୍ଢରେ ଉଠାଇ ଡ୍ମୃବିନରେ ପକାଉଛି । ଏହି ଭିଡିଓକୁ ଦେଖିବା ପରେ ଅଭିନେତ୍ରୀ ପରିଣୀତି ଚେପ୍ରା ମଧ୍ୟ ଏହାକୁ ସେୟାର କରିବା ପାଇଁ ବାଧ୍ୟ ହୋଇଛନ୍ତି । ସେ ଭିଡିଓ ସେୟାର କରି ଲେଖିଛନ୍ତି, “ଓ ମାଇ ଗଡ, ଏହା ସବୁଠାରୁ ଆଶ୍ଚର୍ଯ୍ୟକର ଜିନିଷ ଯାହା ମୁଁ ଦେଖିଛି ! ହା ହା”

ଇଣ୍ଟରନେଟରେ ଏହି ଭିଡିଓକୁ ଲୋକେ ଖୁବ ପ୍ରଶଂସା କରିଛନ୍ତି । ଏହା ସହିତ ଲୋକେ କମେଣ୍ଟ କରି କହୁଛନ୍ତି ଯେ, ହାତୀ ଠାରୁ ଶିଖି ମନୁଷ୍ୟ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଦରକାର ।

ପରିଣୀତିଙ୍କ ଫିଲ୍ମ ବିଷୟରେ କହିବା ପାଇଁ ଗଲେ, ଏବେ ସେ ସାଇନା ନେହୱାଲଙ୍କ ବାୟୋପିକ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ସହିତ ତାଙ୍କର ଆଗାମୀ ଫିଳ୍ମ ଜବରିଆ ଯୋଡି ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More