Only for Entertainment

‘ତେରି ମିଟ୍ଟୀ’ ଫିମେଲ ଭର୍ସନ ରିଲିଜ, ମନ ଜିତିନେବ ପରିଣୀତି ଚୋପ୍ରାଙ୍କ ସ୍ୱର !

29

ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ପରିଣୀତି ଚୋପ୍ରାଙ୍କ ଫିଲ୍ମ କେସରୀ ହୋଲିରେ ରିଲିଜ ହୋଇଥିଲା । ୨୧ମାର୍ଚ୍ଚକୁ ରିଲିଜ ହୋଇଥିବା ଏହି ଫିଲ୍ମ ସଫଳତା ହାସଲ କରିପାରିଛି । ଅକ୍ଷୟଙ୍କ ଏହି ଫିଲ୍ମ ପୁଣିଥରେ ବକ୍ସଅଫିସରେ ଧମାଲ ମଚାଇଛି । ଫିଲ୍ମ ରିଲିଜ ହେବାର ୪ସପ୍ତାହ ମଧ୍ୟରେ ୧୫୦କୋଟି ବ୍ୟବସାୟ କରିପାରିଛି । ଏହି ଫିଲ୍ମର ଧମାକାଦାର ସଫଳତାକୁ ପରିଣୀତି ଗୀତ ଗାଇ ସେଲିବ୍ରେଟ କରିଛନ୍ତି । ଯାହା ତେରି ମିଟ୍ଟୀର ଫିମେଲ ଭର୍ସନ ଅଟେ । ଏହି ଗୀତ ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁପାରିବ ।

ଫ୍ୟାନ୍ସମାନେ ଏହି ଗୀତକୁ ଖୁବ ପସନ୍ଦ କରୁଛନ୍ତି । ଏହି ଗୀତର ଛୋଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୀତ ଶେୟାର କରି ସେ ଲେଖିଛନ୍ତି ଯେ ତାଙ୍କୁ ଗୀତ ପ୍ରତି ଖୁବ ଦୁର୍ବଳତା ରହିଛି । ସେ ଗୀତ ଖୁବ ପସନ୍ଦ କରନ୍ତି ଗାଇବାକୁ ।

ଫିଲ୍ମ କାହାଣୀ ବିଷୟରେ କହିବାକୁ ଗଲେ ୧୮୯୭ରେ ଯେତେବେଳେ ୧୦୦୦୦ଆଫଗାନ ବାସୀ ବ୍ରିଟିଶ ଭାରତୀୟ ଆର୍ମିର ୨୧ଜଣ ଯବାନଙ୍କୁ ଆକ୍ରମଣ କରିଥିଲେ । ଏହି ଯବାନମାନେ ୧୦୦୦୦ ଆଫଗାନ ବାସୀଙ୍କ ଲଢିଥିଲେ । ଫିଲ୍ମକୁ ଅନୁରାଗ ସିଂ ନିର୍ଦ୍ଦେଶନା ଦେଇଥିଲେ । ଅକ୍ଷୟ ହଲବିନ୍ଦର ଈଶର ସିଂଙ୍କ ଭୂମିକାରେ ରହିଛନ୍ତି । କେଶରୀକୁ ସାରାଦେଶର ସିନେମାଘରେ ୩୬୦୦ସ୍କ୍ରିନରେ ରିଲିଜ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More