Only for Entertainment

ସାଇନା ନେହେୱାଲ ବାୟୋପିକ: ୧୫ଦିନ ଷ୍ଟାଡିଅମରେ ରହିବେ ପରିଣୀତି !

17

ଫିଲ୍ମ ଅଭିନେତ୍ରୀ ପରିଣିତି ଚୋପ୍ରା ନାଭି ମୁମ୍ବାଇର ରାମଶେଥ ଠାକୁର ଇଂଟରନ୍ୟାସନାଲ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ସାଇନା ନେହେୱାଲଙ୍କ ବାୟୋପିକ ‘ସାଇନା’ର ସୁଟିଂ ଅଭ୍ୟାସ ପାଇଁ ୧୫ଦିନ ବିତାଇବେ । ପରିଣିତି ଚୋପ୍ରା କହିଛନ୍ତି ସାଇନା ନେହେୱାଲଙ୍କ ଜୀବନ ଉପରେ ଆଧାରିତ ଫିଲ୍ମର ସୁଟିଂ ପାଇଁ ବ୍ୟାଡମିଂଟନ ଖେଳରେ ସୁଧାର ଆଣିବା ତାଙ୍କ ପାଇଁ ମହତ୍ୱପୂର୍ଣ୍ଣ ଅଟେ ।

ପରିଣିତି ଚୋପ୍ରାଙ୍କ କହିବା ଅନୁଯାୟୀ ଘରୁ ଷ୍ଟାଡିଅମ ଯିବା ଆସିବା ରାସ୍ତାରେ ୫ରୁ ୬ଘଂଟା ବରବାଦ ହେଉଛି । ଏହି କାରଣରୁ ସେ ନିର୍ଣ୍ଣୟ ନେଇଛନ୍ତି ଯେ ବ୍ୟାଡମିଂଟନ ପ୍ରଶିକ୍ଷଣ ପାଇଁ ସେ ଷ୍ଟାଡିଅମରେ ୧୫ଦିନ ରହିବେ ଏବଂ ସୁଟ ମଧ୍ୟ ସେହି ଲୋକେସନରେ ରହିଛି ।

ପରିଣିତିଙ୍କ ସହ ଖାଇବା ରାନ୍ଧିବା ପାଇଁ ଜଣେ ବିଶେଷ ରୋଷେଇୟା ରହିବେ ଯିଏ ତାଙ୍କ ଖାସ ଧ୍ୟାନ ରଖିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More