Only for Entertainment

ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନମସ୍କାର କରି ଟ୍ରୋଲ ହେଲେ ପରିଣିତି ଚୋପ୍ରା , ୟୁଜର୍ସ କଲେ ଏଭଳି କମେଂଟ !

53

କୌଣସି ନା କୌଣସି କାରଣରୁ ଟ୍ରୋଲ ହୋଇ ଥାଆନ୍ତି । କେତେବେଳେ ପିନ୍ଧିଥିବା ପୋଷାକ ପାଇଁ ତ କେତେବେଳେ ଫିଲ୍ମକୁ ନେଇ, କିନ୍ତୁ ସୋସିଆଲ ମିଡିଆରେ ପରିଣିତି କିଛି ଭିନ୍ନ କାରଣ ପାଇଁ ଟ୍ରୋଲ ହୋଇଛନ୍ତି । ଅସଲରେ, ମୁମ୍ବାଇରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟାସନାଲ ସିନେମା ମ୍ୟୁଜିୟମର ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ବଲିଉଡର ଅନେକ କଳାକାର ଯୋଗ ଦେଇଥିଲେ । ଏହି ଉତ୍ସବରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ନଜରକୁ ଆସିଛନ୍ତି ପରିଣୀତି ଚୋପ୍ରା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନମସ୍କାର କରି ସେ ଟ୍ରୋଲ ହୋଇଛନ୍ତି ।

ସୂଚନା ମୁତାବକ, ମୁମ୍ବାଇ ଯାଇ ପ୍ରଧାନମନ୍ତ୍ରୀ ମୋଦି ନ୍ୟାସ୍‌ନାଲ ସିନେମା ମ୍ୟୁଜିୟମର ଉଦ୍‌ଘାଟନ କରିଥିଲେ । ଏହି ଅବସରରରେ ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାର ସାମିଲ ହୋଇଥିଲେ । ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଯୋଗ ଦେଇ ପରିଣୀତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ମୋଦିଙ୍କ ସହ ଏକ ଫଟୋ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଛାଡ଼ିଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା,ସେ ସେୟାର କରିଥିବା ଫଟୋ ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିବ ।

 

View this post on Instagram

 

An honour yesterday ? @narendramodi

A post shared by Parineeti Chopra (@parineetichopra) on

ପରିଣୀତିଙ୍କୁ ଦେଖିବା ପରେ ପ୍ରଧାନମନ୍ତ୍ରୀ ମୋଦି ହାତ ମିଳାଇବା ପାଇଁ ନିଜ ହାତ ଆଗକୁ କରିଥିବା ବେଳେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନମସ୍କାର କରିଥିଲେ । ଏହି ସମୟର ଫଟୋ ପରିଣୀତି ଛାଡ଼ି ଟ୍ରୋଲ ହୋଇଛନ୍ତି । କିଛି ଲୋକ ତୁମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅସମ୍ମାନ କରିଛ ବୋଲି କହିଥିବା ବେଳେ କିଛି ଲୋକ ଏପରି କରି ଠିକ୍‌ କଲ ନାହିଁ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More