Only for Entertainment

କରଣ ଜୋହରଙ୍କର ଖୁଲାସା, ‘କେସରୀ’ରେ ଅକ୍ଷୟଙ୍କ ବପକ୍ଷରେ ନଜର ଆସିବେ ଏହି ଅଭିନେତ୍ରୀ

Eastern Eye
0 36

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘କେସରୀ’ରେ ଅକ୍ଷୟଙ୍କ ବିପକ୍ଷରେ ପରିଣିତି ଚୋପଡା ନଜର ଆସିବେ । ଫିଲ୍ମର ପ୍ରଡ୍ୟୁସର କରଣ ଜୋହର ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ଫିଲ୍ମର ଲୁକକୁ ଶେୟାର କରିଥିଲେ । ଯେଉଁଥିରେ ସେ ବଡ ବଡ ଦାଢି ଓ ପଗଡି ସହିତ ନଜର ଆସିଥିଲେ ।

keshari

ଏହି ଫିଲ୍ମର ଘୋଷଣା ୨୦୧୭ରେ ହୋଇଥିଲା । ଯାହାର ଫାଷ୍ଟ ଲୁକକୁ ନିକଟରେ ରିଲିଜ କରାଯାଇଛି । ଘୋଷଣା କରିବା ସମୟରେ ଶୁଣିବାକୁ ମିଳିଥିଲା ସଲମାନ ଓ କରଣ ଜୋହର ଦୁଇ ଜଣ ମିଶି ଏହି ଫିଲ୍ମକୁ ପ୍ରଡ୍ୟୁସ କରିଥାନ୍ତେ । କିନ୍ତୁ କିଛି କାରଣରୁ ସଲମାନ ଏଥିରୁ ଓହରି ଯାଇଛନ୍ତି । ଏହି ଫିଲ୍ମ ବ୍ୟାଟେଲ ଅଫ ସାରାଗଢୀ ଉପରେ ଆଧାରିତ । ସୂଚନା ଅନୁସାରେ ୧୮୯୭ ମସିହା ସେପ୍ଟେମ୍ବର ୧୨ରେ ସାରାଗଢୀ ଯୁଦ୍ଧ ହୋଇଥିଲା ।

ଅକ୍ଷୟ କୁମାରଙ୍କ ସହିତ ପରିଣିତି ପ୍ରଥମ ଥର ପାଇଁ ବଡ ପରଦାରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶକ ଅନୁରାଗ ସିଂ ହୋଇଥିବା ବେଳେ ଫିଲ୍ମଟି ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More