Only for Entertainment

paris fashion week 2019: ନୀଳନୟନା ଐଶ୍ୱର୍ଯ୍ୟା ଲୁକରେ ମଚାଇଲେ ଧମାଲ, ସୁନ୍ଦରତା ଦେଖି ଦିୱାନା ହେଲେ ଲୋକେ !

57

ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରୁ ଐଶଙ୍କ ସୁନ୍ଦରତାର ଖୁବ ନିଆରା । ତାଙ୍କ ସୁନ୍ଦରତାର ଅନେକ ଦିୱାନା ରହିଛନ୍ତି । ଶନିବାର ଐଶ୍ ପ୍ୟାରିସ ଫ୍ୟାଶନ ୱିକ ୨୦୧୯ରେ ସାମିଲ ହୋଇଥିଲେ । ଏବେ ଏହି ଫ୍ୟାଶନ ୱିକରେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଐଶ ପର୍ପଲ ରଂଗର ଫ୍ଲୋରାଲ ଡ୍ରେସ ପିନ୍ଧିଥିଲେ ।

ଏହାସହ ତାଙ୍କ ଜୋତା ମଧ୍ୟ ଖୁବ କ୍ୟୁଟ ନଜର ଆସିଥିଲା ।

ଏଠାରେ ଐଶ୍ୱର୍ଯ୍ୟା କ୍ୟାଟ ୱାକ ସହ ଅନେକ ଫଟୋ ପୋଜ ମଧ୍ୟ ଦେଇଥିଲେ ।

ତେବେ ଐଶଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ନିର୍ଦ୍ଦେଶକ ମଣିରତ୍ନମଙ୍କ ସହ କାମ କରୁଥିବାର ନଜର ଆସିବେ । ଫିଲୂ୍ମର ନା’ ପୋନିଇନି ସେଲଭାନ । ଏହାକୁ ଲାୟକା ପ୍ରଡକ୍ସନ ପ୍ରଡ୍ୟୁସ କରିବ । ଖବର ମୁତାବକ ଐଶ୍ୱର୍ଯ୍ୟା ଏହି ଫିଲ୍ମରେ ଡବଲ ରୋଲରେ ନଜର ଆସିବେ । ସେ ମା’ ଝିଅ ଭୂମିକାରେ ନଜର ଆସିବେ । ତେବେ ଶେଷ ଥର ସେ ‘ଫନ୍ନେ ଖାଁ’ରେ ନଜର ଆସିଥିଲେ । ଏଥିରେ ତାଙ୍କ ସହ ଅନୀଲ କପୂର ଏବଂ ରାଜକୁମାର ରାଓ ମଧ୍ୟ ନଜର ଆସିଥିଲେ । ଫିଲ୍ମ ବକ୍ସଅଫିସରେ ସଫଳତା ହାସଲ କରିପାରିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More