Only for Entertainment

ରିଲ ନୁହେଁ ରିୟଲ ସ୍ପାଇଡରମ୍ୟାନ ! ଜୀବନକୁ ବାଜି ଲଗାଇ ବଂଚାଇଲେ ଛୋଟ ପିଲାର ଜୀବନ

ndtv
0 35

ରିଲ ନୁହେଁ ରିୟଲ ସ୍ପାଇଡରମ୍ୟାନ ଆଜ୍ଞା ହଁ ଏହା ଦେଖିବାକୁ ମିଳିଛି ପ୍ୟାରିସର ଏକ ଭିଡିଓରେ ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ରବିବାର ଦିନ ମାଲୀରେ ରହୁଥିବା ମାକୋଉଦୋଊ ଗାସାମା ଏକ ଛୋଟ ପିଲାକୁ ହିରୋ ପରି ବଂଚାଇଥିବା ଦେଖିବାକୁ ମିଳିଛି । ଛୁଆଟି ଚତୁର୍ଥ ମହଲାରେ ଝୁଲିଥିବା ଭିଡିଓରେ ଦେଖିବାକୁ ମିଳିଛି । ପିଲାଟିକୁ ହିରୋ ପରି ବଂଚାଇଥିବାର ଦେଖି ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ସ୍ପାଇଡର ମ୍ୟାନ ବୋଲି କହିଛନ୍ତି ।

ଖବର ଅନୁସାରେ ଗାସାମା ରାସ୍ତାରେ ଯାଉଥିବା ବେଳେ ଛୁଆଟି ବିଲ୍ଡିଂରେ ଝୁଲିଥିବାର ଦେଖିଥିଲେ । ଏହାପରେ ସେ ତୁରନ୍ତ ବିଲ୍ଡିଂରେ ଚଢି ପିଲାଟିକୁ ଉଦ୍ଧାର କରିଥିଲେ । ଏହା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗାସାମାଙ୍କ ଏହି ସାହାସ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି ।

ଏହି ଭିଡିଓ ଭାଇରାଲ ହେବା ପରେ ପ୍ୟାରିସର ମେୟର ଗାସାମାଙ୍କ ଖୁବ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମାକୋଉଦୋଊ ଗାସାମାଙ୍କୁ ଶୁଭକାମନା । ସେ ନିଜ ଜୀବନକୁ ବାଜି ଲଗାଇ ଛୁଆର ଜୀବନକୁ ବଂଚାଇଛନ୍ତି । ଏହାପରେ ସେ ଫୋନ କରି ଗାମାସାଙ୍କ ସହିତ କଥା ମଧ୍ୟ ହୋଇଥିଲେ । କେବଳ ଏତିକି ନୁହେଁ ପ୍ରାନ୍ସର ପ୍ରେସିଡେ ମଧ୍ୟ ଗାସାମାଙ୍କ ସହିତ ସାକ୍ଷାତ କରିବା ପାଇଁ ତାଙ୍କୁ ଡକାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More