Only for Entertainment

‘ପରମାଣୁ’ ବିବାଦ: ପ୍ରଡକ୍ସନ ହାଉସ ବିପକ୍ଷରେ ଜନ ଦେଲେ ଏଫଆଇଆର

India
0 45

‘ପରମାଣୁ’ ଫିଲ୍ମକୁ ନେଇ ଆକ୍ଟର ଜନ ଆବ୍ରାହମ ଏବଂ ପ୍ରଡକ୍ସନ ହାଉସ ମଧ୍ୟରେ ବିବାଦ ବଢିବାକୁ ଲାଗିଛି । ପ୍ରଥମେ ଖବର ଆସୁଥିଲା ପ୍ରେରଣା ଅରୋରାଙ୍କ ପ୍ରଡକ୍ସନ ହାଉସ କ୍ରିଅର୍ସ ଜନ ଆବ୍ରାହମଙ୍କ ବିରାଧରେ ଏଫଆଇଆର ଦାଖଲ କରିଥିଲେ । କିନ୍ତୁ ବର୍ତ୍ତମାନ ଜନ ପ୍ରେରଣାଙ୍କ ବିପକ୍ଷରେ ଏଫଆଇଆର ଦେଇଛନ୍ତି ।

ଜନଙ୍କ ତରଫରୁ ଅଫିସିଆଲ ବୟାନ ଜାରି କରାଯାଇଛି । ବୟାନରେ କୁହାଯାଇଛି ଶନିବାର ଜନ ଆବ୍ରାହମ ଏବଂ ତାଙ୍କ ପ୍ରଡକ୍ସନ କମ୍ପାନୀ ପ୍ରେରଣା ଏବଂ କ୍ରିୟର୍ସ ପ୍ରଡକ୍ସନ ହାଉସ ବିରୋଧରେ ମୁମ୍ବାଇର ଖାର ପୋଲିସ ଷ୍ଟେସନରେ ଏଫଆଇଆର ଦାୟର କରିଛନ୍ତି । ଏଫଆଇଆରରେ ଦର୍ଶାଯାଇଛି ଯେ ପ୍ରେରଣାଙ୍କ କମ୍ପାନୀ ଲଗାତାର ନିର୍ଦ୍ଧାରିତ ରକମ ଦେବାରେ ଡେରି କରୁଥିଲେ । ନୋଟିସ ଦେବା ପରେ ମଧ୍ୟ ସେ ପେମେଣ୍ଟ ନକରିବାରୁ ଜନ ଆବ୍ରାହମଙ୍କ ପ୍ରଡକ୍ସନ ହାଉସ ତାଙ୍କ ସହିତ ସମ୍ପର୍କ ଭାଙ୍ଗିଥିଲେ ।

ତେବେ ଖବର ଅନୁସାରେ ପ୍ରେରଣା ଏହି ଖବର ମିଥ୍ୟା ବୋଲି କହିଛନ୍ତି । ତାଙ୍କ ବିରାଧରେ କୌଣସି ଏଫଆଇଆର ଦାୟର କରାଯାଇନାହିଁ ଏବଂ ଏହି ଖବର ଗୁଜବ ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତି ଜନ ଆବ୍ରାହମଙ୍କ କମ୍ପାନୀ ତାଙ୍କ ନାମକୁ ବଦମାନ କରିବ ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏହି ମାମଲା କ’ଣ ହେବ ତାହା ଏବେ କୋର୍ଟରେ ସ୍ଥିର ହେବ ।

ଆପଣଙ୍କୁ କହିରଖୁଛୁ ଯେ, ଏହା ପୂର୍ବରୁ କ୍ରିୟର୍ସର ବିବାଦ ‘କେଦାରନାଥ’ର ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ସହ ମଧ୍ୟ ହୋଇଥିଲା । ଏହି ବିବାଦ ପରେ ମଧ୍ୟ ଜନ ଫିଲ୍ମର ଟ୍ରିଜରକୁ ଦୁଇ ଦିନ ପୀର୍ବରୁ ଶେୟାର କରିଛନ୍ତି । ଏହି ଫିଲ୍ମ ୪ ମେ’କୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More