Only for Entertainment

ବିଶ୍ୱସ୍ତତା ମାମଲାରେ କୁକୁରକୁ ଟପିଲା ଶୁଆ, ମାଲିକକୁ ସାହାଯ୍ୟ କରି ହେଲା ଗିରଫ !

NDTV
26

ଆପଣ ବିଶ୍ୱସ୍ତ ପଶୁଙ୍କ କାହାଣୀ ଖୁବ୍‍ ଶୁଣିଥିବେ । ଅନେକ ସ୍ଥାନରେ ମଣିଷଙ୍କଠୁ ଅଧିକ ବିଶ୍ୱସ୍ତ ପଶୁପକ୍ଷୀ ସାବ୍ୟସ୍ତ ହୋଇଥାନ୍ତି । ବିଶ୍ୱସ୍ତ ପଶୁ ମଧ୍ୟରେ କୁକୁର ସବୁଠୁ ଆଗରେ ରହିବ । ଦରକାର ସମୟରେ ମାଲିକଙ୍କୁ ସାହାଯ୍ୟ କରିବ ଭାବି ଆମେ କୁକୁର ପାଳିଥାଉ । ହେଲେ ଏହି ବିଶ୍ୱସ୍ତତା ମାମଲାରେ ଏବେ ଏକ ପକ୍ଷୀ ମଧ୍ୟ କୁକୁରକୁ ବଳିଯାଇଛି ।

ଏହି ପକ୍ଷୀଟି ଆଉ କେହି ନୁହଁ, ଏହା ହେଉଛି ଆମର ଅତି ଆଦରର ଶୁଆ । ଶୁଆ ମଧ୍ୟ ଆବଶ୍ୟକ ସମୟରେ ନିଜ ମାଲିକଙ୍କ ସାଥ୍‍ ଦେଇଛି । ନିକଟରେ ଏପରି ଏକ ଘଟଣା ସାମନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ । ଉତ୍ତର ବ୍ରାଜିଲରେ ଏପରି ଏକ ଶୁଆକୁ ଗିରଫ କରାଯାଇଛି, ଯିଏ ମାଲିକର ଖୁବ୍‍ ବିଶ୍ୱସ୍ତ ପାଲଟିଛି । ଶୁଆଟି ମାଲିକର ଅପରାଧ କାର୍ଯ୍ୟରେ ସାହାଯ୍ୟ କରିଛି ।

parrot

ବ୍ରାଜିଲରେ କିଛି ଡ୍ରଗ୍ସ ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବେଳେ ପୋଲିସ ଏକ ଶୁଆକୁ ଗିରଫ କରିଛି । ମାଲିକର ତାଲିମ କ୍ରମେ ଶୁଆଟି ସବୁବେଳେ ଉକ୍ତ ଡ୍ରଗ୍ସ ବେପାରୀକୁ ସତର୍କ କରାଇ ଦେଉଥିଲା । ପୋଲିସ ଦେଖିବା ମାତ୍ରେ ସେ ‘ପୋଲିସ ପୋଲିସ’ ବୋଲି ପାଟି କରି ମାଲିକକୁ ସତର୍କ କରାଇ ଦେଉଥିବା ଜଣାପଡିଛି । ହେଲେ ଗତ ସପ୍ତାହରେ ପୁଲିସ କାର୍ଯ୍ୟାନୁଷ୍ଠାନ ବେଳେ ଶୁଆଟି ସତର୍କ କରାଇବାକୁ ଚେଷ୍ଟା କରାଇଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲା । ପୁଲିସ୍‍ ଶୁଆ ସହ ଡ୍ରଗ୍ସ ବେପାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ପୋଲିସ ଶୁଆକୁ ମାଲିକ ବିଷୟରେ ପଚାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲା । ଶୁଆକୁ ଗିରଫ ହେବା ପରଠାରୁ ଏପର୍ଯ୍ୟନ୍ତ ଗୋଟିଏ ବି ଶବ୍ଦ କହିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More