Only for Entertainment

ପତ୍ନୀଙ୍କ ବିୟୋଗ ସ୍ମୃତିରେ କୁକୁରଙ୍କ ଲାଗି ହସ୍ପିଟାଲ ଖୋଲିବେ ମନ୍ତ୍ରୀ

outlookindia.com
0 46

ପଶ୍ଚିମବଙ୍ଗର ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜି କୁକୁରଙ୍କ ପାଇଁ କଲିକତାରେ ଏକ ହସ୍‌ପିଟାଲ ଖୋଲିବା ପାଇଁ କାମ ଆରମ୍ଭ କରିଦେଇଛନ୍ତି। ଏହି ହସ୍‌ପିଟାଲକୁ ସେ ନିଜ ପତ୍ନୀଙ୍କ ସ୍ମୃତିରେ ବନାଇବା ପାଇଁ ଚାହୁଁଛନ୍ତି। ଯାହାଙ୍କ ନିଧନ ୨୦୧୭ ଜୁଲାଇରେ ହୋଇଥିଲା। ହସ୍‌ପିଟାଲର ନାମ ସେ ‘ବବଲି ଚାଟାର୍ଜୀ ମେମୋରିଅଲ ପେଟ ହସ୍‌ପିଟାଲ’ ରଖିଛନ୍ତି। ଏହି ହସ୍‌ପିଟାଲ ଟ୍ରଷ୍ଟ ଦ୍ୱାରା ସଞ୍ଚାଳିତ ହେବ। କେବଳ ଏତିକି ନୁହେଁ ବିଦେଶରେ ରହୁଥିବା ତାଙ୍କ ଝିଅ ମଧ୍ୟ ଘରେ ଛଅଟି ପୋଷା କୁକୁର ରଖିଛନ୍ତି।

pups1ମନ୍ତ୍ରୀଙ୍କ କହିବାନୁସାରେ, ‘ମୋର ପତ୍ନୀ କୁକୁରମାନଙ୍କୁ ଖୁବ୍‌ ଭଲ ପାଇବା ସହିତ ସେମାନଙ୍କ ଯତ୍ନ ମଧ୍ୟ ନେଉଥିଲେ। ଯଦି କୌଣସି କୁକୁରର ଦେହ ଖରାପ ହୁଏ, ସେ ତୁରନ୍ତ ହସ୍‌ପିଟାଲ ନେଇ ଚିକିତ୍ସା କରାଇ ଔଷଧ ନେଇ ଆସି ଥାଆନ୍ତି। ତେବେ ପତ୍ନୀଙ୍କର ଏହିସବୁ ପସନ୍ଦକୁ ଦୃଷ୍ଟିରେ ରଖି ତାଙ୍କରି ସ୍ମୃତିରେ କୁକୁରଙ୍କ ପାଇଁ ଏକ ହସ୍‌ପିଟାଲ ଖୋଲିବା ପାଇଁ ଯୋଜନା କରିଛି।

ମୁଁ ଯେତେବେଳ ବିଳମ୍ବିତ ରାତିରେ କାମ ସାରି ଘରୁକୁ ଫେରେ ମୋର ବିଛଣାରେ ମୋତେ ବସିବାକୁ ସ୍ଥାନ ମିଳି ନଥାଏ। କାରଣ ମୋର ପୋଷା କୁକୁରମାନେ ତାଙ୍କ ସ୍ଥାନ ନେଇ ଯାଇଥାଆନ୍ତି। ମୁଁ ମୋର କୁକୁରମାନଙ୍କର କେବେ ହେଲେ ଫଟୋ ଉଠାଇ ନାହିଁ କି ଅନ୍ୟମାନଙ୍କୁ ବି ଉଠାଇବାକୁ ଅନୁମତି ଦେଇ ନଥାଏ।

ଚାଟାର୍ଜୀ ପ୍ରଥମଥର ୨୦୦୧ରେ ବିଧାୟକ ହୋଇଥିଲେ। ସେ ଶିକ୍ଷା ସହିତ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଓ ପାର୍ଟିର ପ୍ରବକ୍ତା ମଧ୍ୟ। ମଦକ୍ଷିଣ କଲିକତାର ବାଘା ଜତିନ୍‌ ରେଲେଓ୍ଵ ଷ୍ଟେସନ୍‌ସ୍ଥିତ ଟ୍ରଷ୍ଟ ନାମରେ ୧୭ଏକର ଜମି ରହିଛି। ଏଠାରେ ହିଁ କୁକୁରମାନଙ୍କ ଚିକିତ୍ସା ପାଇର୍ ହସ୍‌ପିଟାଲର ସ୍ଥାପନା କରାଯିବ। କାରଣ କଲିକତାରେ ପଶୁ ହସ୍‌ପିଟାଲ ଖୁବ୍‌ କମ୍‌ ଅଛି। ମୋର ପତ୍ନୀ ଏ ସମ୍ପର୍କରେ ସର୍ବଦା ମୋର ସହିତ ଆଲୋଚନା କରିଥାଆନ୍ତି। ଟ୍ରଷ୍ଟ ଅଧିକାରୀ ପ୍ରସିଦ୍ଧ ପଶୁ ଚିିକିତ୍ସକଙ୍କ ସହିତ କଥା ହେଉଛନ୍ତି। କାରଣ ହସ୍‌ପିଟାଲରେ କୁକୁରଙ୍କୁ ପାଇଁ ସେ ସମସ୍ତ ସୁବିଧା ଉପଲବ୍ଧ କରାଇବାକୁ ଚାହାନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More