ନିର୍ମାତା ନିର୍ଦ୍ଦେଶକ ବିଶାଳ ଭରଦ୍ୱାଜଙ୍କ ଫିଲ୍ମ ‘ପଟାଖା’ର ପ୍ରଥମ ଗୀତ ହେଲା ରିଲିଜ । ଗୀତିକାର ଗୁଲଜରଙ୍କ ଲିଖିତ ଏହି ଗୀତକୁ ସଜାଇଛନ୍ତି ନିଜେ ବିଶାଳ ଭରଦ୍ୱାଜ ଏବଂ ଏହି ଗୀତ ଏବେ ରିଲିଜ କରାଯାଇଛି । ଗୀତକୁ ଦେଖିଲେ ଆପଣଙ୍କୁ ସେମାନଙ୍କ ଅନ୍ଦାଜ ପରିଷ୍କାର ନଜର ଆସିବ । ଏହି ଫିଲ୍ମର ଟ୍ରେଲର ଆସିଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।
ଫିଲ୍ମରେ ଦୁଇ ଭଉଣୀଙ୍କ ଭିତରେ ଥିବା ଘୃଣା-ପ୍ରେମ ଏବଂ ଝଗଡାର କାହାଣୀ ହେଉଛି ‘ପଟାଖା’ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଦଙ୍ଗଳ ଗର୍ଲ ସାନ୍ୟା ମଲହୋତ୍ରା ଏବଂ ଟିଭି ଷ୍ଟାର ରାଧିକା ମଦାନ । ଏହାବ୍ୟତୀତ ଫିଲ୍ମରେ କମେଡିଆନ ସୁନୀଲ ଗ୍ରୋବର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।
ଫିଲ୍ମର ଗୀତ ବିବାହ ମାହୋଲର ଯେଉଁଠି ବଡ ଭଉଣୀ ବିବାହ ପୂର୍ବରୁ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା ଏବଂ ଛୋଟି ଭଉଣୀକୁ ହଇରାଣ କରୁଥିବାର ଏହି ଗୀତରେ ଦେଖିବାକୁ ମିଳିଛି ।
ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଚରଣ ସିଂ ପାଠକଙ୍କ ଲଘୁ କଥା ‘ଦୋ ବେହେନେ’ ଉପରେ ଆଧାରିତ । ଉକ୍ତ ଫିଲ୍ମ ୨୮ସେପ୍ଟେମ୍ବରରେ ରିଲିଜ ହେବ ।