Only for Entertainment

୩ବର୍ଷ ପରେ ପୁଣିଥରେ ନିଜର କାତିଲାନା ଜଲୱା ଦେଖାଇବାକୁ ପରଦାକୁ ଫେରୁଛନ୍ତି ମଲାଇକା ଅରୋରା !

0 77

ନିର୍ଦ୍ଦେଶକ ବିଶାଳ ଭରଦ୍ୱାଜଙ୍କ ନୂଆ ଫିଲ୍ମ ‘ପଟାଖା’ର ଅପେକ୍ଷା ସମସ୍ତେ କରିଥିବା ବେଳେ ଏହାର ଟ୍ରେଲରରେ ଜବରଦସ୍ତ ରେସପନ୍ସ ଦେଖିବାକୁ ମିଳିଛି । କିଛି ଦିନ ହେବ ଏହି ଫିଲ୍ମର ଗୀତ ତେରା ବଲମା ମଧ୍ୟ ମ୍ୟୁଜିକ ଦୁନିଆରେ ନିଜର ଜଲୱା ଦେଖାଇବାରେ ଲାଗିଛି । ଦୁଇ ଭଉଣୀଙ୍କ ଜୀବନକୁ ନେଇ ପ୍ରସ୍ତୁତ ଏହି ଫିଲ୍ମ ଦୁଇ ଭଉଣୀ କାହାଣୀରୁ ପ୍ରେରିତ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ସାନ୍ୟା ମଲହୋତ୍ରା ଏବଂ ରାଧିକା ମଦାନ ତୁଲାଉଛନ୍ତି ।

କିଛି ଦିନ ତଳେ ଖବର ଶୁଣିବାକୁ ମିଳିଥିଲା ଯେ ଏହି ଫିଲ୍ମରେ ଜରିଆରେ ବଲିଉଡର ଆଇଟମ ଗର୍ଲ ମଲାଇକା ଅରୋରା ମଧ୍ୟ କମବ୍ୟାକ କରିବାକୁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ।ଏଠାରେ ଆମେ କହି ରଖୁଛୁ ଯେ ଶେଷ ଥର ଲାଗି ମଲାଇକା ଡଲି କି ଡୋଲିରେ ଆଇଟମ ନମ୍ବରରେ ନଜର ଆସିଥିଲେ । ମଲାଇକା ଏହି ଗୀତରେ କଳା ରଂଗର ଘାଘରା ଚୋଲିରେ ନଜର ଆସିଛନ୍ତି । ଏହି ଫଟୋ ଶେୟାର କରି ମଲାଇକା କ୍ୟାପଶନ ଦେଇଛନ୍ତି ହେଲୋ ହେଲୋ ଲେଖିଛନ୍ତି ।

ଯଦି କୁହାଯାଏ ଏହି ଫିଲ୍ମ ଦ୍ୱିତୀୟ ଗୀତକୁ ରେଖା ଭରଦ୍ୱାଜ ଗାଇଛନ୍ତି । ଏହି ଗୀତକୁ ନେଇ ମଲାଇକା ଅରୋରା ଏକ ଖବର କାଗଜ ସାକ୍ଷାତକାରରେ କହିଛନ୍ତି ଏବଂ ସେ ଏଥିରେ ଭାଗ ନେଇ ନିଜକୁ ଖୁସି ମନେ କରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଧମାକାଦାର ଗୀତକୁ କୋରିଓଗ୍ରାଫି କରିଛନ୍ତି ଫେମସ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ । ଫିଲ୍ମ ପଟାଖା ୨୮ସେପ୍ଟେମ୍ବର୨୦୧୮ରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More