Only for Entertainment

ରିଲିଜ ହେଲା ପଟାଖା ଫିଲ୍ମର ପ୍ରଥମ ପୋଷ୍ଟର, ସାନ୍ୟା ମଲହୋତ୍ରା ଏବଂ ରାଧିକା ମଦାନ ନିଜ ଭିତରେ ଲଢେଇ କରୁଥିବାର ଆସିଲେ ନଜର ।

Bollywood Hungama
0 53

ଖୁବ ଶୀଘ୍ର ପରଦାରେ ଅମୀର ଖାନଙ୍କ ଅନସ୍କ୍ରିନ ଝିଅ ଅର୍ଥାତ ଦଙ୍ଗଲ ଗାର୍ଲ ସାନ୍ୟା ମଲହୋତ୍ରା ନଜର ଆସିବେ ଏବଂ ଏଥିରେ ଛୋଟ ପରଦାର ନାୟିକା ଅର୍ଥାତ ମେରି ଆଶିକି ତୁମସେ ହି’ର ଇଶାନୀ ମାନେ ଅଭିନେତ୍ରୀ ରାଧିକା ମଦାନେ ପରଦାରେ ଧମାଲ ମଚାଇବା ପାଇଁ ଆସୁଛନ୍ତି । ଆଜ୍ଞା ହଁ, ଖୁବ ଶୀଘ୍ର ଦୁହେଁ ରୁପେଲି ପରଦାରେ ନଜର ଆସିବାକୁ ଯାଉଛନ୍ତି । ଏହି ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ପଟାଖା’ରେୀ ନଜର ଆସିବେ ।

ଫିଲ୍ମ ସୁଟିଂ ଅନେକ ଦିନ ହେବ ଆରମ୍ଭ ହୋଇଗଲାଣି । ଏବେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଯାଇଛି । ଏହି ପୋଷ୍ଟରରେ ଦୁହିଁଙ୍କୁ ଭୂଇଁରେ ପଡ ମାଟି କାଦୁଅ ହୋଇ ଲଢୁଥିବାର ନଜର ଆସିଛନ୍ତି ।ଏବେ ବିଶାଲ ଭରଦ୍ୱାଜ ଫିଲ୍ମ ପୋଷ୍ଟର ରିଲିଜ କରି ଲେଖିଛନ୍ତି ‘ଦୁଇ ଭଉଣୀ.. ଯୁଦ୍ଧ ଆରମ୍ଭ ୨୮ସେପ୍ଟେମ୍ବର’ । ଏଥିରୁ ଜଣା ପଡୁଛି କାହାଣୀ ଦୁଇ ଭଉଣୀଙ୍କ ଉପରେ ଆଧାରିତ ।

ତେବେ ଦୁଇ ଭଉଣୀଙ୍କ ମଧ୍ୟରେ କଣ ପାଇଁ ଏହା କେବଳ ଫିଲ୍ମ ଦେଖିଲା ପରେ ହିଁ ଜଣା ପଡିବ । ଏହି ଫିଲ୍ମ ଜରିଆରେ ରାଧିକା ମଦାନ ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ନାଁ ପ୍ରଥମେ ଛୁରିଆ ଥିଲା ମାତ୍ର ଏବେ ଏହା ପଟାଖା’ ନାଁରେ ରିଲିଜ କରାଯିବ । ଏହି ଫିଲ୍ମରେ କମେଡିଆନ ସୁନୀଲ ଗ୍ରୋବର ଏବଂ ବିଜୟ ରାଜ ମଧ୍ୟ ନଜର ଆସିବେ । ଫିଲ୍ମ ୨୮ସେପ୍ଟେମ୍ବରରେ ପରଦାରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More