Only for Entertainment

‘ପଟାଖା’ର ଯୁଦ୍ଧ ହେବାକୁ ଯାଉଛି ଆରମ୍ଭ, ଦେଖନ୍ତୁ ଟ୍ରେଲର !

Mayapuri
0 43

ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ପଟାଖା ଚରଣ ସିଂହଙ୍କ ପଥିକର ଲଘୁକଥା ‘ଦୋ ବହନେ’ଉପରେ ଆଧାରିତ । ଫିଲ୍ମର ଟ୍ରେଲରର ତାରିଖ ନିର୍ଣ୍ଣୟ ହୋଇଥିବା ସମୟରେ ହିଁ ରିଲିଜ କରାଯାଇଛି । ଅର୍ଥାତ ଅଗଷ୍ଟ ୧୫ ରାତି ୧୨ଟା ସମୟରେ ଟ୍ରେଲର ରିଲିଜ କରାଯାଇଛି । ପଟାଖାର କାହାଣୀ ଦୁଇ ଭଉଣୀଙ୍କ ଉପରେ ଆଧାରିତ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ପଟାଖା ର ନାଁ ପ୍ରଥମେ ଛୁରିୟାଁ ଥିଲା । ଫିଲ୍ମର ପ୍ରଥମ ପୋଷ୍ଟର ଯେତେବେଳେ ପରଦାକୁ ଆସିଥିଲା ଦେଖିବାକୁ ମିଳିଥିଲା ଦୁଇ ଝିଅ ଦୁହିଁଙ୍କ ସହ ଲଢେଇ କରୁଥିବାର । ଏହି ଫିଲ୍ମ ଛୁଟକି ଏବଂ ବଡକି ଦୁଇ ଭଉଣୀଙ୍କ କାହାଣୀ ଅଟେ । ଏହି ଫିଲ୍ମରେ ‘ମେରି ଆଶିକି ତୁମସେ ହି’ଫେମ ଟିଭିିର ଲୋକପ୍ରିୟ ଅଭିନେତ୍ରୀ ରାଧିକା ମଦାନ ଏବଂ ଦଙ୍ଗଲ ଗର୍ଲ ସାନ୍ୟା ମଲହୋତ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । କମେଡିଆନ ସୁନୀଲ ଗ୍ରୋବର ଏବଂ ବିଜୟ ରାଜ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ।

ସୁନୀଲ ପ୍ରଥମ ଥର ବିଶାଲଙ୍କ ସହ କାମ କରିବାକୁ ଯାଉଛନ୍ତି । ମାତ୍ର ବିଜୟ ରାଜ ପୂର୍ବରୁ ବିଶାଲଙ୍କ ଦେଢ ଇସ୍କିୟାଁ ରେ କାମ କରିଥିଲେ । ଏହି ଫିଲ୍ମ ଚଳିତ ବର୍ଷ ଅପ୍ରେଲରେ ଆରମ୍ଭ ହୋଇଥିଲା ଏବଂ ୨୮ସେପ୍ଟମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More