Only for Entertainment

ନୂଆ ଢଙ୍ଗରେ ପ୍ରସ୍ତୁତ କରନ୍ତୁ ଆଳୁ ବଡ଼ି ତରକାରୀ ।

indicuisine.com
0 51

 

 

 

ଘରେ ହେଉ କିମ୍ବା ବାହାରେ ପ୍ରତିଦିନ କିଛି ନା କିଛି ଭିନ୍ନ ସ୍ୱ।।ଦର ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ତେଣୁ ପ୍ରତିଦିନ ଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିଥାଏ । ତେବେ ଆପଣ ଯଦି ସେହିଭଳି ଇଛା ରଖୁଥାନ୍ତି ତେବେ ପ୍ରତିଦିନ ଖାଦ୍ୟ ପ୍ରସ୍ତୁତିରେ କିଛି ପରିବର୍ତ୍ତ କରିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ସେହିଭଳି ଏକ ଭିନ୍ନ ରେସିପି ବଡ଼ି ଆଳୁ ତରକାରୀ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ- ତେଲ,ବଡ଼ି,ଜିରା,ଅଦା ଓ ରସୁଣ ପେଷ୍ଟ,କଂଚା ଲଙ୍କା,ପିଆଜ ପ୍ୟୁରି,ଟମାଟୋ ପ୍ୟୁରି,ହଳଦୀ,ଲୁଣ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ,ଆଳୁ,ଗରମ ମସଲା ଓ ଜଳ ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ପ୍ୟାନ ଗରମ କରି ତେଲ ପକାନ୍ତୁ ଓ ସେଥିରେ ବଡ଼ିକୁ ଭାଜନ୍ତୁ । ଏହାକୁ ବାହାର କରି ସେହି କଡ଼ାଇରେ ତେଲ ପକାନ୍ତୁ ଓ ଜିରା ପକାନ୍ତୁ । ଏବେ ଏଥିରେ ଅଦା ଓ ରସୁଣ ବଟା ପକାନ୍ତୁ । କିଛି ସମୟ ପରେ ପିଆଜ ପ୍ୟୁରି ପକାଇ କଷନ୍ତୁ । ଏହା ଅଳ୍ପ ସମୟ କଷି ହେବା ପରେ ଟମୋଟୋ ପ୍ୟୁରି ପକାନ୍ତୁ । ଏବେ ଏହାକୁ ୫ରୁ ୭ ମିନିଟ କୁକ କରନ୍ତୁ ଓ ହଳଦୀ ପକାନ୍ତୁ । ଏହାପରେ ଲୁଣ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ ପକାଇ ୨ ମିନିଟ ପର୍ଯ୍ୟନ୍ତ କଷନ୍ତୁ । ଏବେ ଏଥିରେ ୫୦୦ ଗ୍ରାମ ଆଳୁ ପକାନ୍ତୁ ।ଏହାପରେ ବଡ଼ି ପକାନ୍ତୁ । ୧ ଲିଟର ପାଣି ପକାଇ ୧୫ ରୁ ୨୦ ମିନିଟ ପାଇଁ ଘୋଡ଼ାଇ ଦିଅନ୍ତୁ । ଏହାପରେ ଘୋଡ଼ଣୀ ବାହାର କରି ଗରମ ମସଲା ପକାନ୍ତୁ । କିଛି ସମୟ ପରେ ଫ୍ଲେମ ଅଫ କରନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ଗରମା ଗରମ ଆଳୁ ବଡ଼ି ତରକାରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More