Only for Entertainment

ପ୍ରସ୍ତୁତ କରନ୍ତୁ ପଟାଟୋ ପନିର ନଗେଟ

youtube
26

ଏକ ପାତ୍ରରେ ଚକଟା ହୋଇଥିବା ସିଝା ଆଳୁ, ଗ୍ରେଟେଡ ପନିର, ଲୁଣ, କଂଚା ଲଙ୍କା, କଟା ପିଆଜ, ଚିଲ୍ଲି ଫ୍ଲେକ୍ସ,ଗୋଲମରିଚ ଗୁଣ୍ଡ, ଧନିଆପତ୍ର, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଲେମ୍ବୁ ରସ ଓ ସାମାନ୍ୟ କର୍ଣ୍ଣଫ୍ଲୋର ଓ ବ୍ରେଡ କ୍ରମ୍ବ ପକାଇ ଭଲ ଭାବରେ ମିଶାନ୍ତୁ । ଏହାକୁ ଛୋଟ ଛୋଟ ଚାରିକୋଣିଆ ଆକୃତିର କରନ୍ତୁ । ଏବେ ଏକ ପାତ୍ରରେ କିଛି ମଇଦା, କର୍ଣ୍ଣଫ୍ଲୋର,ଗୋଲମରିଚ ଗୁଣ୍ଡ,ଲୁଣ ଓ ପାଣି ପକାନ୍ତୁ । ଏହାକୁ ଭଲ ଭାବରେ ମିଶାନ୍ତୁ । ମନେ ରଖିବେ ଯେ ଏହା ଯେପରି ପତଳା ହେବା ଦରକାର ।

ଏବେ ରଖିଥିବା ନଗେଟକୁ ବ୍ରେଡକ୍ରମ୍ବରେ ବୁଡ଼ାଇ ଛାଣନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ଆଳୁ ପନିର ନଗେଟ ଏବଂ ଏହାକୁ ପୋଦିନା ଚଟଣୀ ବା ଟମାଟୋ କ୍ୟାଚଅପ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More