Only for Entertainment

କାର୍ତ୍ତିକ ଆର‌୍ୟନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଏବେ ୨୦୨୦ ପରିବର୍ତ୍ତେ ୨୦୧୯ରେ ରିଲିଜ ହେବ ‘ପତି ପତ୍ନୀ ଔର ୱୋ’

laughingcolors
33

କାର୍ତ୍ତିକ ଆର‌୍ୟନ, ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକର ଖୁବ ଶୀଘ୍ର ଫିଲ୍ମ ‘ପତି ପତ୍ନୀ ଔର ୱୋ’ର ସିକ୍ୱଲରେ ନଜର ଆସିବେ । କିଛି ଦିନ ପୂର୍ବରୁ ମେକର୍ସ ଫିଲ୍ମରେ କାର୍ତ୍ତିକଙ୍କ ଲୁକର ଖୁଲାସା କରିଥିଲେ । ସୋସିଆଲ ମିଡିଆରେ ଲୋକେ କାର୍ତ୍ତିକଙ୍କ ଏ ହି ଲୁକକୁ ଖୁବ ପ୍ରଶଂସା କରିଥିଲେ । ଇତି ମଧ୍ୟରେ ଫିଲ୍ମର ରିଲିଜ ଡେଟକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ନିକଟରେ ମେକର୍ସ ଘୋଷଣା କରିଛନ୍ତି ଯେ, ୧୦ ଜାନୁଆରୀ ୨୦୨୦ରେ ଏହି ଫିଲ୍ମ ରିଲିଜ ହେବ ନାହିଁ ।

ମେକର୍ସ ଫିଲ୍ମର ରିଲିଜ ଡେଟରେ ପରିବର୍ତ୍ତନ କରିଛନ୍ତି । ଫିଲ୍ମ ଏବେ ୧୦ ଜାନୁଆରୀ ୨୦୨୦ ବଦଳରେ ୬ ଡିସେମ୍ବର ୨୦୧୯ରେ ରିଲିଜ ହେବ । ଏହାର ଅର୍ଥ ମେକର୍ସ ଗୋଟିଏ ମାସ ପୂର୍ବରୁ ଫିଲ୍ମକୁ ରିଲିଜ କରିବେ । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଲେଖିଛନ୍ତି- ‘ପକ୍କା ହେଲା ରିଲିଜ ତାରିଖ… #PatiPatniAurWoh କାର୍ତ୍ତିକ ଆର‌୍ୟନ, ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକରଙ୍କ ଦ୍ୱାରା ଅଭିନିତ ଏହି ଫିଲ୍ମ ୬ ଡିସେମ୍ବର ୨୦୧୯ରେ ରିଲିଜ ହେବ । ମୁଦସର ଅଜିଜଙ୍କ ଦ୍ୱାରା ନିର୍ଦ୍ଦେଶିତ… ଭୂଷଣ କୁମାର, କୃଷ୍ଣା କୁମାର, ରେଣୁ ଚୋପ୍ରା ଏବଂ ଜୁନୋ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ।’

କହିରଖୁଛୁ ଯେ, ଫିଲ୍ମର ଅରିଜିନାଲ ଭର୍ସନକୁ ରାଜ ଚୋପ୍ରା ନିର୍ଦ୍ଦେଶନା ଦେଥିଲେ । ୭୦ ଦଶକର ଏହି ଫିଲ୍ମର କାହାଣୀ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ଉପରେ ଆଧାରିତ । ଫିଲ୍ମର ଅପୂର୍ବ ସଫଳତାକୁ ଦେଖି ମେକର୍ସ ଏହାର ସିକ୍ୱଲ ନିର୍ମାଣ କରିବା ପାଇଁ ଚିନ୍ତା କରିଥିଲେ । ତେବେ ଦେଖାଯାଉ କାର୍ତ୍ତିକ, ଭୂମି ଏବଂ ଅନନ୍ୟାଙ୍କ ଏହି ଫିଲ୍ମ ଲୋକଙ୍କୁ କେତେ ଏଣ୍ଟରଟେନ କରିପାରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More