Only for Entertainment

ଲାଂଚରେ ରିବକ ଜୋତା ମାଗିଲେ ପୋଲିସ କର୍ମଚାରୀ, କିନ୍ତୁ ଗୋଟିଏ ଭୁଲ ପାଇଁ ନା ମିଳିଲା ରିବକ ଜୋତା ନା………

The lallantop
47

ପାଟନାରେ ରହୁଥିବା ଜଣେ ବ୍ୟକ୍ତି ଶତ୍ରୁଘ୍ନଙ୍କ ନିକଟରେ କିଛି ଜମିବାଡ଼ି ରହିଛି । ଯେଉଁଥିରେ କିଛି ଲୋକ ବେଆଇନ ଭାବରେ ଅଧିକାର ବସାଇବା ପାଇଁ ଚେଷ୍ଟା କରୁଛନ୍ତି । ତାଙ୍କ କହିବା ଅନୁସାରେ ଏହାକୁ ବିକ୍ରି କରିବା ପାଇଁ ସେ ପୋଲିସ ନିକଟକୁ ଯାଇଥିଲେ । ଧାରା ୧୪୪ ଅନୁସାରେ ଯଦି କାହାର ଜମିରେ ୪ ଜଣ ବା ତା ଠାରୁ ଅଧିକ ଲୋକ ଛିଡ଼ା ହେଉଛନ୍ତି ତେବେ ସେମାନଙ୍କୁ ଗିରଫ କରାଯାଇପାରେ ।

କହିରଖୁଛୁ ଶତ୍ରୁଘ୍ନ ସବଇନ୍ସପେକ୍ଟର ପଙ୍କଜ କୁମାରଙ୍କ ନିକଟରେ ପହଂଚିଲେ । ଏସଆଇ କହିଲେ ବଳିଦାନ ଦେବାକୁ ପଡ଼ିବ । ୭ ହଜାର ଯଙ୍କା । କଥିତ ରୂପରେ ଯାହା ତାଙ୍କୁ ଦିଆଗଲା । ଏହାପରେ ତାଙ୍କୁ ଲାଗିଲା ପାଟି ଯେତେବେଳେ ଟଙ୍କା ଦେଉଛି ତେବେ ତାହା ଠାରୁ ଅଧିକ ମିଳିବ । ଏସଆଇ ତାଙ୍କ ସାଥିଙ୍କୁ କାମରେ ଲଗାଇଲେ । ତାଙ୍କ ମାଧ୍ୟମରେ ପୁଅ ପାଇଁ ଜୋତା ଡିମାଣ୍ଡ କଲେ । ମୁକେଶ ଶତ୍ରୁଘ୍ନଙ୍କୁ ଏକ ଦୋକାନକୁ ନେଇଗଲେ । ଯେଉଁଠାରେ ସେ ୨୫୦୦ ଟଙ୍କାର ଜୋତା ପସନ୍ଦ କଲେ । ଏହି ମଧ୍ୟରେ ପଙ୍କଜ, ଶତ୍ରୁଘ୍ନ ଏବଂ ମୁକେଶଙ୍କ ମଧ୍ୟରେ କଥା ବାର୍ତ୍ତା ହେଲା । ଯାହାର ଅଡ଼ିଓ ଭାଇରାଲ ହୋଇଗଲା । ଏହା ବିଷୟରେ ପେପର ଆଇ ନେକ୍ସଟ ରେ ମଧ୍ୟ ବାହାରିଛି । ପିଡ଼ିତଙ୍କ କହିବା ଅନୁସାରେ ଏସଆଇ ଜୋତାର ରଙ୍ଗ କନଫର୍ମ କରୁଥିଲେ ଏବଂ ନୀଳ ରଙ୍ଗ ବାଛିଲେ । ଅଡ଼ିଓ ଭାଇରାଲ ହେବାପରେ ଘଟଣା ସାମ୍ନାକୁ ଆସିଲା । ଏହାପରେ ଏସଆଇକୁ ସସପେଣ୍ଡ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More