Only for Entertainment

ବିବାଦ ଘେରରେ ପାଟଣାଗଡ ପାର୍ସଲ ବୋମା ଫିଲ୍ମ !

youtube
0 45

ପାର୍ସଲ ବୋମା ବିସ୍ଫୋରଣର କାହାଣୀ ପାଟଣାଗଡ । ଯେଉଁଥିରେ ରହିଛି ଓଡିଶାର ଏକ ସତ୍ୟ ତଥା ଚର୍ଚ୍ଚିତ ଘଟଣା । ହେଲେ ଆରମ୍ଭରୁ ହିଁ ଫିଲ୍ମକୁ ନେଇ ଉଠିଛି ବିବାଦ । ଫିଲ୍ମ ନିର୍ମାଣ ଉପରେ ପ୍ରଶ୍ନ ଉଠାଇଛନ୍ତି କାହାଣୀର ମୁଖ୍ୟ ପରିବାର । ବିସ୍ଫୋରଣରେ ପ୍ରାଣ ହରାଇଥିବା ସୌମ୍ୟଶେଖରଙ୍କ ପରିବାର ଅଭିଯୋଗ କରିଛନ୍ତି, ତାଙ୍କ ବିନା ଅନୁମତିରେ ଫିଲ୍ମ ପ୍ରସ୍ତୁତ ହେଉଛି । ସିନେମାରେ ତାଙ୍କ ପରିବାରର ଚରିତ୍ର କିଭଳି ଦର୍ଶାଯାଇଛି ସେନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ତାଙ୍କୁ କୌଣସି ସମ୍ପର୍କ କରାଯାଇନି । ଫିଲ୍ମର ନିର୍ମାତା, ନିର୍ଦେଶକଙ୍କ ସମେତ ୩ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ପରିବାର ।

ଘର ଭିଜୁଆଲ
ବିସ୍ଫୋରଣରେ ଥରି ଉଠିଲା ଓଡିଶାର ପାଟଣାଗଡରେ ଥିବା ରବିନ୍ଦ୍ର ସାହୁଙ୍କ ଘର । ୫ ଦିନ ତଳେ ସୌମ୍ୟଶେଖର ଓ ରୀମାଙ୍କ ବାହାଘର ହୋଇଥିବା ବେଳେ ନବଦମ୍ପତିଙ୍କ ପାଇଁ ଆସିଥିଲା ମୃତ୍ୟୁର ଉପହାର । ପାର୍ସଲ ଖୋଲୁ ଖୋଲୁ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ହେଲା ଆଉ ଘଟଣାସ୍ଥଳରେ ଆଖି ବୁଜିଲେ ଜେଜେମା ଜେମାମଣି ଓ ନବବିବାହିତ ସୌମ୍ୟଶେଖର । ଗୁରୁତର ଆହତ ହେଲେ ନବବଧୂ । ତେବେ ଘଟଣାର ସବୁଠୁ ଗୁରୁତ୍ପୂଣ୍ଣ ଦିଗ ଥିଲା କ୍ରାଇମବ୍ରାଂଚର ତଦନ୍ତ ଆଉ ମୁଖ୍ୟ ଖଳନାୟକ । ଯାହାକୁ ଫିଲ୍ମରେ ସ୍ଥାନ ଦିଆଯାଇଛି ।

ପାଟଣାଗଡରେ ଖଳନାୟକ ପୁଂଜିଲାଲ ଭୂମିକାରେ ଅଛନ୍ତି ଓଲିଉଡ୍ ଅଭିନେତା ମନୋଜ ଏବଂ କ୍ରାଇମବ୍ରାଂଚ ଅଧିକାରୀର ଚରିତ୍ର ତୁଲାଉଛନ୍ତି ବଲିଉଡ୍ ଅଭିନେତା ଅତୁଲ କୁଲକର୍ଣ୍ଣି । ତେବେ ଫିଲ୍ମକୁ ନେଇ ଆରମ୍ଭ ହୋଇଛି ବିରୋଧ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More