Only for Entertainment

ରିଲିଜ ହେଲା ପାଟଣାଗଡ ଫିଲ୍ମର ପୋଷ୍ଟର, ଓଡିଆ ବ୍ୟତୀତ ହିନ୍ଦୀ ଏବଂ ଅନ୍ୟ ଭାଷାରେ ପରଦାକୁ ଆସିବ ଏହି ଫିଲ୍ମ ।

0 60

ବହୁ ଚର୍ଚ୍ଚିତ ପାଟଣାଗଡ ବୋମା ବିସ୍ଫୋରଣ ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲା । ଇତିହାସରେ ପ୍ରଥମ ଥର ଘଟିଥିବା ଏହି ଘଟଣାର ହୃଦୟ ବିଦାରକ ଚିତ୍ରପଟ ସାରା ଦେଶକୁ ବ୍ୟାପିଥିଲା । ଅନ୍ଧାରରେ ବାଡ଼ି ବୁଲାଇବା ପରେ ସାମ୍ନାକୁ ଆସିଥିଲା ବାସ୍ତବ ଘଟଣା । ତେବେ ଏହି ସତ୍ୟ କାହାଣୀ ଉପରେ ବୁଲେଟ ରାଜା ନାମକ ଏକ ଓଡ଼ିଆ ଫିଲ୍ମ ରିଲିଜ ହେବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଫିଲ୍ମର ନାମ ପରିବର୍ତ୍ତନ କରାଯାଇ ପାଟଣାଗଡ଼,୨୩ ଫେବୃୟାରୀ ଓଡ଼ିଶା ୨୦୧୮ ବୋଲି ରଖାଯାଇଛି ।

ଫିଲ୍ମଟି ଅନେକ ଭାଷାରେ ରିଲିଜ ହେବାର ଥିଲା ଏହି କାରଣରୁ ଫିଲ୍ମର ନାଁ ପରିବର୍ତ୍ତନ କରାଯାଇଥିଲା । ତେବେ ବିଶେଷ ସୂତ୍ରରୁ ପ୍ରକାଶ ଯେ ଫିଲ୍ମ ଓଡିଆ ଭାଷା ସହ ହିନ୍ଦୀ ଭାଷାରେ ମଧ୍ୟ ପରଦାରେ ନଜର ଆସିବ । ଏହାସହ ଏହି ଫିଲ୍ମର ପ୍ରଥମ ଲୁକ ପୋଷ୍ଟର ମଧ୍ୟ ରିଲିଜ ହୋଇଛି ।

ପ୍ରଯୋଜକ ଶ୍ରୀଧର ମାର୍ଥା ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରି ଦର୍ଶକମାନଙ୍କ ମନରେ ଏକ ଉତ୍ସାହ ଆଣି ଦେଇଛନ୍ତି । ତେବେ ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ ହେଉଛନ୍ତି ଅତୁଲ କୁଲକର୍ଣ୍ଣି ଯିଏକି କ୍ରାଇମବ୍ରାଂଚ ଇନ୍ସପେକ୍ଟରଙ୍କ ଚରିତ୍ରରେ ଅଭିନୟ କରିବେ । ତେବେ ଏହି ବିଷୟରେ ଆମେ ପୂର୍ବରୁ ଆପଣଙ୍କୁ ସୂଚନା ଦେଇଥିଲୁ ।
ଏଠାରେ ଆମେ ଆପଣଙ୍କୁ ଜଣାଇ ରଖୁଛୁ ଯେ ଫିଲ୍ମରେ ଥିବା ମୁଖ୍ୟ ଆକର୍ଷଣ ଅତୁଲ କୁଲକର୍ଣ୍ଣି ଚାନ୍ଦନୀ ବାର, ହେ ରାମ ଏବଂ ରଂଗ ଦେ ବସନ୍ତୀ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଖବର ଅନୁସାରେ ଓଡ଼ିଶାର ଷ୍ଟାରକାଷ୍ଟ ମନୋଜ ମିଶ୍ରଙ୍କ ସହିତ ଅନ୍ୟ କଳାକାରମାନେ ଅତୁଲ କୁଲକର୍ଣ୍ଣିଙ୍କୁ ମୁମ୍ବାଇରେ ଭେଟିଥିଲେ । ମନୋଜ ମିଶ୍ର ଏହି ଫିଲ୍ମରେ ପୁଂଜି ଲାଲ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଜୁଲାଇ ସୁଦ୍ଧା ଆରମ୍ଭ ହେବ ବୋଲି ଜାଣିବାକୁ ମିଳିଛି ଏବଂ ଫିଲ୍ମଟି ଦଶହରା ବଜାରରେ ଧୁମ ମଚାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More