Only for Entertainment

ପାଟଣାଗଡ଼ ୨୩ ଫେବୃୟାରୀ ଓଡ଼ିଶା ୨୦୧୮ରେ କିଏ ତୁଲାଇବ ଅରୁଣ ବୋଥ୍ରାଙ୍କ ଭୂମିକା,ଦେଖନ୍ତୁ ଷ୍ଟାରକାଷ୍ଟଙ୍କ ଫଟୋ ।

ollybolly
0 147

ବହୁ ଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା । ଇତିହାସରେ ପ୍ରଥମ ଥର ଘଟିଥିବା ଏହି ଘଟଣାର ହୃଦୟ ବିଦାରକ ଚିତ୍ରପଟ ସାରା ଦେଶକୁ ବ୍ୟାପିଥିଲା । ଅନ୍ଧାରରେ ବାଡ଼ି ବୁଲାଇବା ପରେ ସାମ୍ନାକୁ ଆସିଥିଲା ବାସ୍ତବ ଘଟଣା । ତେବେ ଏହି ସତ୍ୟ କାହାଣୀ ଉପରେ ବୁଲେଟ ରାଜା ନାମକ ଏକ ଓଡ଼ିଆ ଫିଲ୍ମ ରିଲିଜ ହେବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଫିଲ୍ମର ନାମ ପରିବର୍ତ୍ତନ କରାଯାଇ ପାଟଣାଗଡ଼,୨୩ ଫେବୃୟାରୀ ଓଡ଼ିଶା ୨୦୧୮ ବୋଲି ରଖାଯାଇଛି ।

ଫିଲ୍ମର ନାମ ପରିବର୍ତ୍ତନ କରିବାର କାରଣ ହେଉଛି ଫିଲ୍ମକୁ କେବଳ ଓଡ଼ିଆ ନୁହେଁ ବରଂ ଅନ୍ୟ କେତୋଟି ଭାଷାରେ ମଧ୍ୟ ରିଲିଜ କରାଯିବ ।ତେବେ ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ ହେଉଛନ୍ତି ଅତୁଲ କୁଲକର୍ଣ୍ଣି ଯିଏକି କ୍ରାଇମବ୍ରାଂଚ ଇନ୍ସପେକ୍ଟରଙ୍କ ଚରିତ୍ରରେ ଅଭିନୟ କରିବେ । ତେବେ ଏହି ବିଷୟରେ ଆମେ ପୂର୍ବରୁ ଆପଣଙ୍କୁ ସୂଚନା ଦେଇଥିଲୁ ।
ଖବର ଅନୁସାରେ ଓଡ଼ିଶାର ଷ୍ଟାରକାଷ୍ଟ ମନୋଜ ମିଶ୍ରଙ୍କ ସହିତ ଅନ୍ୟ କଳାକାରମାନେ ଅତୁଲ କୁଲକର୍ଣ୍ଣିଙ୍କୁ ମୁମ୍ବାଇରେ ଭେଟିଥିଲେ । ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More