Only for Entertainment

ପ୍ରିୟଙ୍କାଙ୍କ ଦୋଷୀ ମାନଙ୍କୁ ଫାଶୀ ଦଣ୍ଡକୁ ବିରୋଧ କରି ବିବାଦରେ ପବନ କଲ୍ୟାଣ

news18
160

ହାଇଦ୍ରାବାଦ ସହରରେ ଘଟିଥିବା ଘଟଣାକୁ ନେଇ ବିବାଦୀୟ ପ୍ରତିକ୍ରିୟା ରଖିଛନ୍ତି ଅଭିନେତାରୁ ନେତା ପାଲଟିଥିବା ପବନ କଲ୍ୟ‌ାଣ । ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ପରେ ଏବେ ଦେଶବାସୀ ୪ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରୁଥିବା ବେଳେ ପବନ କଲ୍ୟାଣ ଏହାକୁ ବିରୋ‌ଧ କରିଛନ୍ତି। ଲୋକମାନଙ୍କ ପାଖରେ କାହାକୁ ହତ୍ୟା କରିବାର ଅଧିକାର ନାହିଁ ବୋଲି ସେ ବୟାନ ରଖିଛନ୍ତି।ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି କି, ଏବେ ଦେଶବାସୀ ୪ଜଣ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇ ହତ୍ୟା କରାଯାଉ ବୋଲି ଦାବି କରିବାରେ ଲାଗିଛନ୍ତି। ମୋ କହିବା କଥା ହେଲା, ଲୋକେ କାହିଁକି ଏତେ ବଡ଼ ସ୍ତରକୁ ଯାଇ ଏଭଳି ଦାବି କରୁଛନ୍ତି। ଏଭଳି ଘଟଣାରେ ଆମକୁ ଏଭଳି ଦାବି କରିବା ଉଚିତ୍ ନୁହେଁ। କାହାକୁ ହତ୍ୟା କରିବାର ଅଧିକାର ଆମ ପାଖରେ ନାହିଁ। ଅଭିଯୁକ୍ତମାନଙ୍କୁ ଫାଶୀ ଦେବାର କୌଣସି ଆବଶ୍ୟକତା ନାହିଁ। ତାଙ୍କୁ କେବଳ ମାଡ଼ ମରାଯାଇ ଶାସ୍ତି ଦିଆଯାଇ ପାରିବ। ତେବେ ପବନ କଲ୍ୟାଣଙ୍କ ଏଭଳି ପ୍ରତିକ୍ରିୟା ପରେ ଲୋକେ ତାଙ୍କୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ତାଙ୍କର ଏଭଳି ପ୍ରତିକ୍ରିୟା ତାଙ୍କ ପ୍ରଶଂସକମାନଙ୍କୁ ମଧ୍ୟ ନିରାଶ କରିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More