Only for Entertainment

ରାଧେ ମା’ଙ୍କ ଚରିତ୍ରରେ ନଜର ଆସିବେ ପାୟଲ ଘୋଷ ! ଖୁବ ଶୀଘ୍ର ନିର୍ମାଣ ହେବ ଫିଲ୍ମ

DNA India
25

୧୭ ବର୍ଷ ବୟସରୁ ଘରଲୋକଙ୍କ ସହ ଝଗଡା କରି ଘର ଛାଡି ଆସି ବିବିସି ଟେଲିଫିଲ୍ମରେ ଡେବ୍ୟୁ କରିଥିବା ପାୟଲ ଘୋଷ ଏବେ ସାଉଥର ଜଣେ ଜଣାଶୁଣା ଅଭିନେତ୍ରୀ । ଲେଖକ ତଥା ନିର୍ଦ୍ଦେଶକ ସଂଜୟ ଛେଲେଙ୍କ କମେଡି ଫିଲ୍ମ ‘ପଟେଲ କି ପଞ୍ଜାବୀ ସାଦି’ରେ ଦୁଇ ବର୍ଷ ପୂର୍ବେ ପାୟଲ ପ୍ରଥମ ଥର ପାଇଁ ନଜର ଆସିଥିଲେ ।

ଖବର ଅନୁସାରେ ପାୟଲ ଏବେ ଚର୍ଚ୍ଚିତ ସନ୍ୟାସିନୀ ରାଧେ ମା’ଙ୍କ ଉପରେ ନିର୍ମିତ ହେବାକୁ ଥିବା ଏକ ସିନେମାରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନାଁ ରହିଛି ‘ଜୟ ମାତା ଦି’ । ହିନ୍ଦୀ ସିନେମାରେ ଅଭିନୟ କରିବା ନେଇ ପାୟଲ ଘୋଷ କହିଛନ୍ତି କି, ହିନ୍ଦୀ ସିନେମାରେ ମୋତେ ଲଗାତାର ଭାବେ ଅଫର ମିଳୁଛି କିନ୍ତୁ ସାଉଥରେ ମୋ କାମ ଠିକରେ ଚାଲୁଛି । ମୁଁ ବହୁତ ଦିନରୁ ଏକ ଦମଦାର ଚରିତ୍ର ଅନ୍ୱେଷଣରେ ଥିଲି, ଯେଉଁଥିରେ ମୋତେ କଳାକାର ଭାବେ କିଛି କରି ଦେଖାଇ ପାରିବି । ଫିଲ୍ମ ଜୟ ମାତା ଦି ର କାହାଣୀ ଏପରି ରହିଛି ଯେଉଥିରେ ଅଭିନୟର ଅସୀମିତ ସମ୍ଭାବନା ଅଛି ।

‘ଜୟ ମାତା ଦି’ କୌଣସି ବ୍ୟକ୍ତିଙ୍କ ବାୟୋପିକ୍ କି ନୁହେଁ ଏଯାଏଁ ଜଣାପଡିନାହିଁ । ପାୟଲଙ୍କୁ କିଛି ୱେବ ସିରିଜରେ ମଧ୍ୟ ଅଫର ମିଳିଛି । ଏହା ବିଷୟରେ ସେ କହିଛନ୍ତି କି, ମୋର ପ୍ରଥମ ପ୍ରାଥମିକତା ହେଉଛି ସିନେମା କିନ୍ତୁ ଯଦି ମୋତେ କୌଣସି ଏପରି କାହାଣୀ ମିଳେ ଯାହାର ମୁଖ୍ୟ ଚରିତ୍ର ମହିଳା ହୁଅନ୍ତି ତେବେ ମୁଁ ଏପରି ୱେବ ସିିରିଜ ନିଶ୍ଚୟ କରିବି । ଏହି ଅଭିନେତ୍ରୀ ଜଣକ ଫିଲ୍ମରେ କାମ କରିବା ପାଇଁ ୧୭ ବର୍ଷ ବୟସରେ ପରିବାର ଲୋକଙ୍କ ସହିତ ଛଗଡା କରି ଘର ଛାଡିଥିଲେ । ଏବେ  ପର୍ଯ୍ୟନ୍ତ ମଧ୍ୟ ତାଙ୍କର ପରିବାର ସହିତ ମତାନ୍ତର ଲାଗି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More