Only for Entertainment

ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ କରି ନିଜର ଅସଲ ପରିଚୟ ଦେଇ ନିର୍ବାଚନ ଲଢ଼ିବାକୁ ଉର୍ମିଲା ମାତୋଣ୍ଡକରଙ୍କୁ ପରାମର୍ଶ ଦେଲେ ପାୟଲ ରୋହ୍‌ତଗୀ, ଭାଇରାଲ ହେଲା ଭିଡିଓ

49

ଏଇ କିଛି ଦିନ ହେବ ଅନ୍ୟ ଅଭିନେତ୍ରୀ ବା କୌଣସି ବିଷୟକୁ ନେଇ ନିଜର ମତ ରଖି ଚର୍ଚ୍ଚାରେ ରହିଛନ୍ତି ମଡେଲ ତଥା ଅଭିନେତ୍ରୀ ପାୟଲ ରୋହ୍‌ତଗୀ । ଗତକାଲି ସେ ଅଭିନେତ୍ରୀ ଗୌହର ଖାନ୍‌ଙ୍କ ସହ ବିତର୍କ କରିଥିବା ବେଳେ ଆଜି ସେ ଉର୍ମିଳା ମାତୋଣ୍ଡକରଙ୍କ ପାଇଁ ଏକ ଭିଡିଓ ଜାରି କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ଉର୍ମିଲା ନିଜର ଅସଲ ପରିଚୟ ନ ଦେଇ ରାଜନୀତି ଆରମ୍ଭ କରିବାକୁ ଯାଉଛନ୍ତି । ମୁଁ ଚାହୁଁଛି, ସେ ନିଜର ଧର୍ମ ପରିବର୍ତ୍ତନ କଥା ସମସ୍ତଙ୍କୁ ଜଣାଇବା ସହ ନିଜର ଅସଲ ନାଁ ସମସ୍ତଙ୍କୁ ଜଣାନ୍ତୁ ।

ଭିଡିଓରେ ପାୟଲ୍ କହିଛନ୍ତି, ଯଦି ତୁମେ ସତ୍ୟର ରାସ୍ତାରେ ଯାଇ ନିର୍ବାଚନ ଲଢ଼ିବ, ତେବେ ମୁଁ ତୁମକୁ ସାହାସୀ ବୋଲି ମାନିନେବି । କିଛି ଦିନ ତଳେ ଉର୍ମିଳା ମୁସ୍‌ଲିମ୍‌ ଧର୍ମ ଆପଣାଇବା ସହ ନିଜ ନାଁ ବଦଳାଇ ବିବାହ କରିଥିଲେ । କିନ୍ତୁ ଏବେ ସେ ନିଜର ବଦଳାଇଥିବା ନାଁକୁ ବ୍ୟବହାର ନ କରି ପୁରୁଣା ନାଁରେ ନିର୍ବାଚନ ଲଢ଼ୁଛନ୍ତି । ରାଜନୀତିର ଆରମ୍ଭ ମିଛରୁ କରିବି ନାହିଁ ବୋଲି କହି ମଧ୍ୟ ସେ ନିଜର ଅସଲ ପରିଚୟ ଲୁଚାଉଛନ୍ତି । ନିଜର ଅସଲ ନାଁ ସମସ୍ତଙ୍କୁ ଜଣାନ୍ତୁ ଏବଂ ଦୟାକରି ହିନ୍ଦୁ ନାଁରେ ନିର୍ବାଚନ ଲଢ଼ନ୍ତୁ ନାହିଁ ବୋଲି କହିଛନ୍ତି ପାୟଲ । ଏହା ସହ ଉର୍ମିଲା ନିଜର ନାଁ ବଦଳାଇ ମରିୟମ୍‌ ଅଖ୍‌ତର ମୀର କରିଥିବା ମଧ୍ୟ ସ୍ପଷ୍ଟ ବାକ୍ୟରେ ଜଣାଇଛନ୍ତି ପାୟଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More