Only for Entertainment

ନେହେରୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ୮ଦିନ ପାଇଁ ଜେଲ ଦଣ୍ଡ ଭୋଗିଲେ ଅଭିନେତ୍ରୀ ପାୟଲ !

29

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହାରଲାଲ ନେହୁର ଓ ତାଙ୍କ ପିତା ମୋତିଲାଲ ନେହୁୁରୁଙ୍କ ଉପରେ ବିବାଦୀୟ ବୟାନ ଦେଇ ସମସ୍ୟାରେ ଅଭିନେତ୍ରୀ ତଥା ମଡେଲ ପାୟଲ ରୋହତଗୀ । ରାଜସ୍ଥାନ ପୋଲିସ ଅହମଦାବାଦରେ ପହଁଚି ପାୟଲଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଖବରକୁ ଟୁଇଟ କରି ଜଣାଇଛନ୍ତି ପାୟଲ । ଟୁଇଟରେ ପିଏମଓ ଓ ଗୃହମନ୍ତ୍ରାଳୟକୁ ସେ ଟ୍ୟାଗ କରିଛନ୍ତି । ଆଇଟି ଆକ୍ଟର ଧାରା ୬୬ ଓ ୬୭ରେ ତାଙ୍କ ନାଁରେ ମାମଲା ରୂଜୁ କରାଯାଇଛି । ନିକଟରେ ପାୟଲ ନିଜ ଟୁଇଟର ପେଜରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏଥିସହ ସେ କହିଥିଲେ ମୋତିଲାଲ ନେହୁରଙ୍କୁ ୫ଜଣ ପତ୍ନୀ ଥିଲେ । ତେଣୁ ଗାନ୍ଧୀ ପରିବାର ତିନ ତଲାକୁ ବିରୋଧ କରେ । ଏଥିସହ ମୋତିଲାଲଙ୍କୁ ଜବାହାରଲାଲ ନେହୁରୁଙ୍କ ସାବତ ପିତା ମଧ୍ୟ କହିଥିଲେ ଅଭିନେତ୍ରୀ । ଅନ୍ୟପଟେ ନାୟିକା କହିଛନ୍ତି ଗୁଗୁଲୁର ମିଳିଥିବା ତଥ୍ୟ ଆଧାରରେ ସେ ଏଭଳି ବୟାନ ରଖିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ପୁଲିସ ଅଧିକାରୀ କହିଛନ୍ତି ରୋହତଗୀଙ୍କ ବିରୁଦ୍ଧରେ ପୁଲିସକୁ ୧୦ଅକ୍ଟୋବର ୨୦୧୯ରେ ଅଭିଯୋଗ ମିଳିଥିଲା । କଂଗ୍ରେସ କାର୍ଯ୍ୟକର୍ତ୍ତା ଚର୍ମେଶ ଶର୍ମା ନିଜ ଅଭିଯୋଗରେ ଆରୋପ ଲଗାଇଥିଲେ ଯେ ଅଭିନେତ୍ରୀ ଫେସବୁକ ଏବଂ ଟ୍ୱିଟର ମାଧ୍ୟମରେ ନେହେରୁ ଏବଂ ତାଙ୍କ ପରିବାର ବିରୁଦ୍ଧରେ ବିବାଦୀୟ ଟିପ୍ପଣୀ ଦେଇ ଭିଡିଓ ପୋଷ୍ଟ କରିଛନ୍ତି ।

ପୁଲିସର ଏହି ମାମଲା ପରେ ପାୟଲଙ୍କ ସ୍ୱାମୀ ପହଲବାନ ସଂଗ୍ରାମ ସିଂ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ମାମଲାରେ ସାହାଯ୍ୟର ଅପିଲ କରିଛନ୍ତି । ତାଙ୍କ ସ୍ୱାମୀ ଟ୍ୱିଟ କରି କହିଛନ୍ତି ଯେ ଏହି କଂଗ୍ରେସ ଶାସକ ରାଜ୍ୟରେ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି । ସେ ଗୃହମନ୍ତ୍ରୀ କାର୍ଯ୍ୟାଳୟ, ପିଏମ୍ଓ ଇଣ୍ଡିଆ ଏବଂ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ କରି ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More