Only for Entertainment

ଶୁଭଦାୟକ ମୟୁର ପୁଛ ।

youtube
107

ମୟୂର ପର ଦେଖିବାକୁ ଯେତିକି ସୁନ୍ଦର ସେତିକି ଗୁଣବାନ୍‍ ମଧ୍ୟ। ଏହା ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରେ ଶୋଭା ପାଉଥିବାର ଦେଖିଥିବେ। ପ୍ରାଚୀନ କାଳରେ ମୟୂର ପରକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଉଥିଲା।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମୟୂର ପର ରଖିବା ବହୁତ ଶୁଭ ହୋଇଥାଏ। ଏହା ଦ୍ୱାରା ଘରର ବହୁ ବାସ୍ତୁ ଦୋଷ ଦୂର ହୋଇଥାଏ। କେବଳ ଏତିକି ନୁହେଁ, ମୟୂର ପର ସହ ଧନର ଦେବୀ ମା’ ଲକ୍ଷ୍ମୀଙ୍କର ସମ୍ପର୍କ ରହିଥିବା କୁହାଯାଇଥାଏ। ତେବେ ଚାଲନ୍ତୁ ଜାଣିବା ଘରେ ମୟୂର ପର ରଖିବା ଦ୍ୱରା କି ଲାଭ ହୋଇଥାଏ –
• ମୟୂର ପର ଘରର ଧନବୃଦ୍ଧିରେ ସହାୟକ ହୋଇଥାଏ। ତେଣୁ ଏହାକୁ ଘରର ଟଙ୍କା ବା ସୁନା ଗହଣା ରଖିବା ସ୍ଥାନରେ ରଖନ୍ତୁ। ଏହାକୁ ଆପଣ ଅଫିସ୍ରେ ମଧ୍ୟ ରଖିପାରିବେ।
• ମୟୂର ପର ରଖିଲେ ଘରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ। ଘରର ବାସ୍ତୁଦୋଷ ଦୂର କରିବାରେ ଏହା ଖୁବ୍‍ ପ୍ରଭାବଶାଳୀ।
• ମୟୂର ପର ମସ୍ତକରେ ଧାରଣ କରିବା ଦ୍ୱାରା ବିଦ୍ୟା ଲାଭ ହୋଇଥାଏ।
• ଶୋଇବା ଘରର ଅଗ୍ନି କୋଣରେ ମୟୂରର ଫଟୋ ଲଗାଇଲେ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବା ବଢ଼ିଥାଏ।
• ମୟୂର ପରକୁ ଘରର ଏପରି ସ୍ଥାନରେ ରଖନ୍ତୁ, ଯେଉଁଠି ସମସ୍ତଙ୍କ ନଜର ପଡ଼ୁଥିବ। ଏହାଦ୍ୱାରା ଘରକୁ ଆସୁଥିବା ସମସ୍ତ ନକରାତ୍ମକ ଶକ୍ତି ବାହାରକୁ ଚାଲିଯିବେ ଏବଂ ଘରର ପରିବେଶ ଶୁଦ୍ଧ ରହିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More