Only for Entertainment

ଶ୍ରୀକୃଷ୍ଣଙ୍କ ମୟୁର ପୁଛ କରିଥାଏ ବାସ୍ତୁ ଦୋଷ ଦୂର !

youngisthan
0 173

ମୟୁର ପୁଛ ଦେଖିବାକୁ ଖୁବ ସୁନ୍ଦର ଏବଂ ଏହାକୁ ସମସ୍ତେ ଭଲ ପାଆନ୍ତି । ଏହା ସହିତ ଏହାକୁ ପୂଜା ମଧ୍ୟ କରାଯାଏ । କୃଷ୍ଟଙ୍କ ମୁଣ୍ଡରେ ଏହା ଶୋଭା ପାଉଥିବାରୁ ଏହାକୁ ପବିତ୍ର ବୋଲି କୁହାଯାଏ । ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ୟେକ ଦେବା ଦେବୀ ଏବଂ ନବଗ୍ରହ ମୟୁର ପୁଛରେ ବାସ କରନ୍ତି ।

ପ୍ରଚଳିତ କଥା ଅନୁସାରେ ଭଗବାନ ଶିବ ମା ପାର୍ବତୀଙ୍କୁ ପକ୍ଷୀ ଶାସ୍ତ୍ରରେ ବର୍ଣ୍ଣିତ ମୟୁରର ମହତ୍ୱ ବିଷୟରେ କହିଛନ୍ତି । ପ୍ରାଚୀନ କାଳରେ ସଂଧ୍ୟା ନାମରେ ଏକ ଅସୁର ଥିଲା । ସେ ଖୁବ ଶକ୍ତିଶାଳୀ ଏବଂ ତପସ୍ୱୀ ଥିଲା । ଗୁରୁ ଦ୍ରେଣାଚାର୍ଯ୍ୟଙ୍କ ଯୋଗୁଁ ସଂଧ୍ୟା ଦେବତାଙ୍କର ଶତ୍ରୁ ହୋଇ ଯାଇଥିଲା । ସଂଧ୍ୟା ଅସୁର କଠିନ ତପସ୍ୟା କରି ଶିବ ଏବଂ ବ୍ରହ୍ମାଙ୍କୁ ପ୍ରସନ୍ନ କରିଥିଲା । ସେହି କାରଣରୁ ସେ କେତେକ ବରଦାନ ମଧ୍ୟ ପାଇଥିଲା । ତେଣୁ ସେ ଖୁବ ଶକ୍ତିଶଳୀ ହୋଇଥିଲା । ପରେ ସେ ବିଷ୍ଣୁଙ୍କ ଭକ୍ତଙ୍କୁ ହଇରାଣ କରିବାରେ ଲାଗିଲା । ସ୍ୱର୍ଗରେ ମଧ୍ୟ ସେ ଆଧିପତ୍ୟ କରି ଦେବତା ମାନଙ୍କୁ ବନ୍ଦୀ କରିଥିଲା । ଯେତେବେଳେ ଦେବତାବାନେ ସଂଧ୍ୟାକୁ ହରାଇ ପାରିଲେ ନାହିଁ ସେମାନେ ଏକ ଉପାୟ ଚିନ୍ତା କଲେ । ଉପାୟ ଅନୁସାରେ ପ୍ରତ୍ୟେକ ଦେବତା ଏବଂ ନବ ଗ୍ରହ ଏକ ମୟୁର ପୁଛରେ ବିରାଜିତ ହେଲେ । ଏହାପରେ ସେ ମୟୁର ଖୁବ ଶକ୍ତିଶଳୀ ହୋଇଗଲା । ମୟୁର ବିଶାଳ ରୂପ ଧାରଣ କରି ସଂଧ୍ୟା ଅସୁରକୁ ବଦ୍ଧ କରିଥିଲା । ସେହି ଦିନ ଠାରୁ ମୟୁର ପୁଛକୁ ପୂଜନୀୟ ଏବଂ ପବିତ୍ର ଭାବରେ ଗ୍ରହଣ କରାଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ମୟୁର ପୁଛକୁ ବିଧି ଅନୁଯାୟୀ ସ୍ଥାପିତ କରାଯାଏ, ତେବେ ବାସ୍ତୁ ଦୋଷ ଦୂର ହୋଇପାରିବ ଏବଂ କୁଣ୍ଡଳୀର ନବ ଗହ ଦୋଷକୁ ମଧ୍ୟ ଶାନ୍ତ କରାଯାଇ ପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More