Only for Entertainment

ଲଗାଣ ବର୍ଷା ଯୋଗୁଁ ଆଣ୍ଠୁଏ ଆଣ୍ଠୁଏ ପାଣିରେ ମଧ୍ୟ ଟ୍ରାଫିକ ପୁଲିସ କଲେ ଡ୍ୟୁଟି, ଛୁଟିଲା ପ୍ରଶଂସାର ସୁଅ !

0 18

ଉତ୍ତରପ୍ରଦେଶରେ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଜଣେ ଟ୍ରାଫିକ୍‌ ପୁଲିସଙ୍କ କାର୍ଯ୍ୟଶୈଳୀର ଭିଡ଼ିଓ ସମସ୍ତଙ୍କୁ ଖୁସି କରାଇଛି । ଉତ୍ତରପ୍ରଦେଶର ମୁଜାଫରନଗରରେ ଲଗାଣ ବର୍ଷା ହେତୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ରାସ୍ତାରେ ଉପରେ ଆଣ୍ଠୁଏ ପାଣି ଜମି ଯାଇଥିବାରୁ ଲୋକମାନଙ୍କୁ ବାଟ ଜାଣିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଦେଖି ନିଜ ଡ଼୍ୟୁଟି କରିବା ଆରମ୍ଭ କରିଥିଲେ ଟ୍ରାଫିକ ପୁଲିସ। ଲଗାଣ ବର୍ଷାରେ ଆଣ୍ଠୁଏ ପାଣିରେ ଛିଡ଼ା ହୋଇ ସେ ଲୋକଙ୍କୁ ବାଟ ଦେଖାଇଥିଲେ ।

ଯାହାଦ୍ୱାରା ଲୋକମାନେ ପାଣିରେ ବୁଡ଼ିଥିବା ରାସ୍ତାରେ ବି ସହଜରେ ଯାତାୟତ କରି ପାରିଥିଲେ । ଏହି ସମୟରେ ଭିଡିଓ ଉତ୍ତରପ୍ରଦେଶ ପୁଲିସ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିବା ପରେ କିଛି ମିନିଟ୍‌ ମଧ୍ୟରେ ଏହା ଭାଇରାଲ ହେବା ଆରମ୍ଭ ହୋଇଥିଲା । ଚାରିଆଡୁ ଲୋକମାନେ ଭିଡ଼ିଓ ଦେଖି ଟ୍ରାଫିକ୍‌ ପୁଲିସଙ୍କ ସାହସ ଏବଂ ଲୋକମାନଙ୍କୁ ସାହାଯ୍ୟ କରିବାର ଇଚ୍ଛା ଶକ୍ତିକୁ ସଲାମ କରିଛନ୍ତି । ଟ୍ରାଫିକ୍‌ ପୁଲିସଙ୍କ ନାମ କୁଲ୍‌ଦୀପ୍‌ ବୋଲି ଜଣାପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More