Only for Entertainment

କାହିଁକି ୩୦ ବର୍ଷ ଯାଏଁ ଏକା ରହିବାକୁ ପସନ୍ଦ କରନ୍ତି – ଜାଣନ୍ତୁ ୫ଟି କାରଣ

YouTube
0 51

ପାଶ୍ଚାତ୍ୟ ଦେଶର ଏକ ଗବେଷଣାରୁ ଜଣାପଡିଛି ଅଧିକରୁ ଅଧିକ ଲୋକ, ଖାସ୍ କରି ମହିଳାମାନେ କୈାଣସି ସମ୍ପର୍କରେ ନରହି ଏକା ରହିବା ପାଇଁ ପସନ୍ଦ କରୁଛନ୍ତି । ବିଶ୍ୱାସ ରହିଛି, ଏକା ରହିବା ଦ୍ୱାରା ନିଜ ହିସାବରେ ସେମାନେ ନିଜ ଜୀବନ ଜୀଇଁ ପାରୁଛନ୍ତି । ତେବେ ମନକୁ କାହିଁକି ଆସୁଛି ଏମିତି ଭାବନା ।

– ୨୦ ବର୍ଷ ବୟସରେ ଯଦି ଆପଣ ଏକା ଅଛନ୍ତି, ତାହେଲେ ଆପଣ ସଂପୂର୍ଣ୍ଣ ରୂପେ ନିଜକୁ ଗୁରୁତ୍ୱ ଦେଇ ପାରିବେ । ଅନ୍ୟମନସ୍କ ନହୋଇ ନିଜ ପାଇଁ ସମୟ ବାହାର କରି ଜୀବନର ପ୍ରକୃତ ସ୍ୱାଦ ଜାଣି ପାରିବେ ।

– ସିଙ୍ଗିଲ ରହିବା ଦ୍ୱାରା ଆପଣ ପୂର୍ଣ୍ଣ ସ୍ୱାଧିନତା ଅନୁଭବ କରିପାରିବେ । ଏଭଳି କଲେ ଆପଣ ନିଜେ ନିଜକୁ ଭଲ ଭାବେ ଚିହ୍ନି ପାରିବେ ଓ ନିଜ ଭିତରେ ଲୁଚି ରହିଥିବା ଦକ୍ଷତାକୁ ବଢାଇପାରିବେ ।

– ଆପଣ ଯଦି ଏକା ଅଛନ୍ତି ନିଜ ଇଚ୍ଛା ଅନୁସାରେ ଏକା ଏକା ଦୂର ଜାଗାକୁ ଯାତ୍ରା କରିପାରିବେ । ନିର୍ଭୟରେ ଆପଣ ଯେକୈାଣସି ସ୍ଥାନରେ କାମ କରିପାରିବେ ।

– ଅର୍ଥନୈତିକ ବିଶେଷଜ୍ଞଙ୍କ ମତ ଅନୁସାରେ ଆପଣ ଯଦି ନିଜର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି, ତେବେ ୨୦ ବର୍ଷ ବୟସରୁ ହିଁ ସଂଚୟ କରିବା ପାଇଁ ଚେଷ୍ଟା କରନ୍ତୁ ।

– ସବୁଠାରୁ ବଡକଥା ହେଲା ଯଦି ଆପଣ ଏକା ଅଛନ୍ତି ଆପଣଙ୍କ ପାଖରେ ଅନେକ ଡେଟିଂ ଅପସନ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More