Only for Entertainment

କେଉଁ ରାଶି ସହ କେଉଁ ରାଶି ମିଶିଲେ ହୋଇଥାଏ ପରଫେକ୍ଟ ଯୋଡ଼ି ।

0 873

ପାର୍ଟନରଙ୍କ ସହ ପରଫେକ୍ଟ ମ୍ୟାଚ୍‌ ବନାଇ ରଖିବାକୁ କିଏ ବା ନ ଚାହେଁ । ସେଥିପାଇଁ ବିବାହ ପୂର୍ବରୁ ବରକନ୍ୟାଙ୍କ ରାଶି ମେଳକ ଲାଗି ଜ୍ୟୋତିଷଶାସ୍ତ୍ରରେ ଦିଆଯାଇଥାଏ ପରାମର୍ଶ। ଏପରି କିଛି ରାଶି ଅଛି ଯାହାଙ୍କ ମେଳକ ବହୁତ ପରଫେକ୍ଟ ହୋଇଥାଏ । ଅପରପକ୍ଷରେ ଏପରି ବି ରାଶି ଅଛି ଯାହାଙ୍କ ମଧ୍ୟରେ ମେଳ ଖାଇ ନ ଥାଏ । ପ୍ରତି ରାଶିର ଜାତକଙ୍କ ସ୍ବଭାବ ଅଲଗା ଅଲଗା ହୋଇଥାଏ ବୋଲି ଜ୍ୟୋତିଷ କୁହନ୍ତି।ତେଣୁ ବିପରୀତ ସ୍ବଭାବର ଜାତକଙ୍କ ମେଳ ହେବା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ଥାଏ ଅଧିକ॥

ମେଷ ଓ କର୍କଟ ରାଶି ମଧ୍ୟରେ ସମ୍ପର୍କ ଦୀର୍ଘ ସମୟ ସ୍ଥାୟୀ ହୋଇ ନ ଥାଏ । ମେଷ ରାଶିର ଲୋକେ ସ୍ବଭାବରେ ବହୁତ ଖୁସି ମିଜାଜର । ସେମାନେ ନିଜ ମନୋଭାବକୁ ପାର୍ଟନର ସହ ଶେୟାର କରିବା ସହ ମିଳିମିଶି ରହିବାକୁ ପସନ୍ଦ କରନ୍ତି ।ଅନ୍ୟପକ୍ଷରେ କର୍କଟ ରାଶିର ଲୋକେ କାହା ସହ ସହଜରେ ମିଶି ପାରନ୍ତିି ନାହିଁ । ଏମାନେ ଏକାକୀ ରହିବାକୁ ପସନ୍ଦ କରନ୍ତି । ଏହି କାରଣରୁ ଏହି ଦୁଇ ରାଶିଙ୍କ ମଧ୍ୟରେ ଭଲ ପଡି ନ ଥାଏ ।

ବୃଷ ରାଶିର ଲୋକମାନେ ସଚ୍ଚୋଟ । ଏମାନେ ବାସ୍ତବ ଜୀବନ ଜୀଇଁବାରେ ବିଶ୍ୱାସ ରଖନ୍ତିି।କୁମ୍ଭ ରାଶିର ଲୋକମାନଙ୍କ ସହ ଏମାନଙ୍କ ଭଲ ପଡି ନ ଥାଏ ।କୁମ୍ଭ ରାଶିର ଲୋକମାନେ ସ୍ବାଧୀନମନା ହୋଇଥାନ୍ତି । ଏମାନେ ଜୀବନରେ ସର୍ବଦା ନୂଆ କିଛି କରିବାକୁ ପସନ୍ଦ କରନ୍ତି। ଏହି ଦୁଇ ରାଶିର ଲୋକଙ୍କ ମଧ୍ୟରେ ସମ୍ପର୍କ ଦୀର୍ଘସ୍ଥାୟୀ ହୋଇପାରି ନ ଥାଏ ।

ସିଂହ ଓ ବିଛା ରାଶି ମଧ୍ୟରେ ପ୍ରଥମରୁ ସମ୍ପର୍କ ଭଲ ରହିଥାଏ । କିନ୍ତୁ ସମୟ ସହିତ ସମ୍ପର୍କ ଫିକା ପଡିଯାଏ ।

horoscope

ତୁଳା ରାଶିର ଲୋକେ ସାମାଜିକ କାର୍ଯ୍ୟକ୍ରମରେ ରୁଚି ରଖନ୍ତି । ଏମାନେ ଖୁବ୍‌ ଶୀଘ୍ର ଅନ୍ୟମାନଙ୍କ ସହ ବନ୍ଧୁତା ସ୍ଥାପନ କରିପାରନ୍ତିି। ଏମାନଙ୍କର ମକର ରାଶି ସହ ସମ୍ପର୍କ ଭଲ ହୋଇ ନ ଥାଏ । କାରଣ ଏମାନଙ୍କ ସ୍ବଭାବ ତୁଳା ରାଶି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ ।

ଧନୁ ରାଶିର ଲୋକମାନଙ୍କର ମ୍ୟାଚ୍‌ କର୍କଟ ରାଶି ସହ ଭଲ ହୋଇ ନ ଥାଏ । ଧନୁ ରାଶିର ଲୋକମାନେ ଖୁସି ମିଜାଜର ହୋଇଥାନ୍ତି। ଦୁଃସାହାସିକ କାର୍ଯ୍ୟ କରିବାକୁ ଏମାନଙ୍କୁ ଆସିଥାଏ ପସନ୍ଦ ।

ଅପରପକ୍ଷରେ କର୍କଟ ରାଶିର ଲୋକମାନେ କୌଣସି ପ୍ରକାର ଦୁଃସାହାସିକ ପଦକ୍ଷେପ ନେବାକୁ ପସନ୍ଦ କରନ୍ତିି ନାହିଁ । ଏମାନେ ବହୁତ ଭାବପ୍ରବଣ। ଏହା ଧନୁ ରାଶିଙ୍କୁ ପସନ୍ଦ ହୋଇ ନ ଥାଏ ।

ସେହିପରି କନ୍ୟା ଓ ମିଥୁନ ରାଶି ମଧ୍ୟରେ ଭଲ ମ୍ୟାଚ୍‌ ହୋଇ ନ ଥାଏ । ମିଥୁନ ରାଶିର ଲୋକମାନେ କୌଣସି ବି ଜିନିଷକୁ ଗମ୍ଭୀରତାର ସହ ନେଇ ନ ଥାନ୍ତି । କନ୍ୟା ରାଶିର ଲୋକମାନେ ନିଜ ପାର୍ଟନରଙ୍କୁ ଡୋମିନେଟ୍‌ କରି ରଖିବାକୁ ପସନ୍ଦ କରୁଥିବା ବେଳେ ମିଥୁନ ରାଶିର ଲୋକମାନେ ଏହା ସହ୍ୟ କରନ୍ତିି ନାହିଁ । ତେଣୁ ଏମାନଙ୍କ ମଧ୍ୟରେ ଭଲ ପଡେ ନାହିଁ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More