Only for Entertainment

ଭ୍ରମଣ କରନ୍ତୁ ଫିଲିପାଇନ୍ସର ନିଆରା ଚକଲେଟ ପାହାଡ ।

travelandleisure.com
0 38

ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଚଳଚଞ୍ଚଳ ତଥା କର୍ମମୟ ଜୀବନରେ ବ୍ୟସ୍ତ ରହି ଯାଇଥାନ୍ତି । ଯାହାଦ୍ୱାରା ସେମାନଙ୍କ ପରିବାରକୁ ସଠିକ୍ ସମୟ ଦେଇପାରିନଥାନ୍ତି । ସେଥିପାଇଁ ଅନେକ ଲୋକ କର୍ମମୟ ଜୀବନରୁ କିଛି ସମୟ ବାହାର କରି ନିଜ ପରିବାର ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯିବା ଲାଗି ମନ ବଳାଇଥାନ୍ତି । ସାରା ଦେଶରେ ଅନେକ ପର୍ଯ୍ୟଯନ ସ୍ଥଳୀ ରହିଛି । ସେଥିମଧ୍ୟରୁ କିଛି ସ୍ଥାନ ଦେଖିବାକୁ ଆକର୍ଷଣୀୟ ହୋଇଥିଲା ବେଳେ ଆଉ କିଛି ସ୍ଥାନ ରହସ୍ୟମୟ ହୋଇଥାଏ । ତେବେ ଆଜି ଆମେ ଆପଣମାନଙ୍କୁ ଏଭଳି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ ନିଜ ଆଖିରେ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ପ୍ରକୃତରେ ଆମେ କହିବାକୁ ଯାଉଛୁ ଫିଲିପାଇନ୍ସରେ ଅବସ୍ଥିତ ଚକଲେଟ ପାହାଡ । ପ୍ରାକୃତିକ ଚମକ୍ରାରିତା ମଧ୍ୟରୁ ଏହି  ଚକଲେଟ ପାହାଡ ଅନ୍ୟତମ । ଏହି ପାହାଡକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତିି ଅନେକ ପର୍ଯ୍ୟଟକ ।

ଫିଲିପାଇନ୍ସର ବୋହୋଲ ଗ୍ରାମରେ ଏହି  ଚକଲେଟ ପାହାଡ ଅବସ୍ଥିତ । ଏହା ଦେଖିବାକୁ ତ୍ରିଭୁଜ ଆକାରର । ଏହାକୁ ଦୂରରୁ ଦେଖିଲେ ପୁରାପୁରି  ଚକଲେଟ ସଦୃଶ ଦେଖାଯାଇଥାଏ ।

ଏହି ପାହଡଟି ପାଖାପାଖି ୫୦ ବର୍ଗ ମିଟର ପର୍ଯ୍ୟନ୍ତ ବିସ୍ତୃତ । ଉଚ୍ଚତା ପାଖାପାଖି ୧୦୦ ରୁ ୧୬୦ ଫୁଟ । ଏହା ଫିଲିପାଇନ୍ସର ରାଜଧାନୀ ମନିଲା ଠାରୁ ପାଖାପାଖି ୭୦୦ କି.ମି ଦୂରତ୍ୱ ବିଶିଷ୍ଠ ଦକ୍ଷିଣ ଦିଗରେ ଅବସ୍ଥିତ । ଏହି ପାହାଡର ଚତୁଃପାଶ୍ୱର୍ରେ ଧୂସର ରଙ୍ଗର ଘାସ ଆଚ୍ଛାଦିତ ହୋଇ ରହିଛି । ସେଥିପାଇଁ ଏହି ପାହାଡଟି  ଚକଲେଟ ପାହାଡ ନାମରେ ନାମିତ ।
ସେଠାକାର ଲୋକମାନଙ୍କ କହିବାନୁଯାୟୀ, ଏହି ପାହାଡ ଗୁଡିକ ଛୋଟ ଛୋଟ ପିରାମିଡ ବିଶିଷ୍ଟ । ଯାହା ଗ୍ରହ ବ୍ରହ୍ମାଣ୍ଡରେ ବ୍ରହ୍ମାଣ୍ଡୀୟ ବସ୍ତୁ ସହ ସମ୍ବନ୍ଧ ରଖିଥାଏ ।

କିଛିଲୋକ ଆହୁରି ମଧ୍ୟ କହିଛନ୍ତି ଯେ, ଏହି  ଚକଲେଟ ପାହାଡଟି ଦୁଇଜଣ ଦିଗଜ୍ ବ୍ୟକ୍ତିଙ୍କ ମଧ୍ୟରେ ଲଢେଇ ଦ୍ୱାରା ସୃଷ୍ଟି ହୋଇଛି । ସେଥିପାଇଁ ଏହା  ଚକଲେଟ ପାହାଡ ନାମରେ ନାମିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More