Only for Entertainment

ଯୌତୁକ ପାଇଁ ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋକୁ ଫେସବୁକରେ ପୋଷ୍ଟ କଲେ ସ୍ୱାମୀ ।

Patrika
0 78

ସମାଜରେ ସବୁଠାରୁ ବଡ଼ କଥା ହେଉଛି ବିଶ୍ୱାସ । ବିଶ୍ୱାସକୁ ନେଇ ଏ ଦୁନିଆ ଚାଲିଛି । ସଂପର୍କ ସୂତାରେ ସମସ୍ତେ ବନ୍ଧା । ବାପା ମାଆଙ୍କ ଠାରୁ ଆରମ୍ଭ କରି ଭାଇ ଭଉଣୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଶ୍ୱାସର କ୍ଷିଅରେ ବନ୍ଧା । ସେହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱାସ ରହିଥାଏ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ । ଯାହାକୁ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ମିଳିଛି । କିନ୍ତୁ ଯଦି ଏହି ସଂପର୍କରେ ବିଶ୍ୱାସ ଘାତକତା ଦେଖାଦିଏ ତାହା କୌଣସି ଲଜ୍ଜା ଠାରୁ କମ ନୁହେଁ । ଯାହାକୁ ନେଇ ନିକଟ ଅତୀତରେ ଏକ ଘଟଣା ଘଟିଛି । ବାସ୍ତବରେ ବାହାଘରର ଚତୁର୍ଥୀରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀର ଅଶ୍ଲୀଳ ଫଟୋ ଉଠାଇଛନ୍ତି । ଯାହାକୁ ନେଇ ସ୍ତ୍ରୀ ଜଣକ ପୋଲିସରେ ଅଭିଯୋଗ କରିଛନ୍ତି ।

ଘଟଣାଟି ହେଉଛି ମିରଟର । ସୂଚନା ଅନୁସାରେ ସ୍ୱାମୀ ପ୍ଲାନିଙ୍ଗର ସହିତ ଝରକାରେ ମୋବାଇଲ ଲୁଚାଇ ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଉଠାଇଥିଲେ । ଏହାପରେ ଘରୁ ବାହାର କରିବା ପାଇଁ ଯୋଜନା କରିଥିଲା । ପରଦିନ ମହିଳାଙ୍କୁ ଏହି ବିଷୟରେ କହି ଘରୁ ଅଧିକ ଯୌତୁକ ଆଣିବାକୁ କହିଥିଲେ ଏବଂ କାହାକୁ ଏହି କଥା ଜଣାଇଲେ ଫଟୋକୁ ଭାଇରାଲ କରିବାର ଧମକ ଦେଇଥିଲେ । ଏହାପରେ ମହିଳା ଜଣକ ବାପଘରେ ଏହି କଥା ଜଣାଇଥିଲେ । ବାହାଘରର ଦେଢ ମାସ ବିତି ଯାଇଥିଲେ ମଧ୍ୟ ଶାଶୁଘରୁ କୌଣସି ଖବର ଆସିନଥିଲା ମହିଳାଙ୍କ ପାଇଁ । ଏହା ସହ ମହିଳାଙ୍କ ସ୍ୱାମୀ ସେହି ଫଟୋକୁ ଫେସବୁକରେ ଭାଇରାଲ କରିଥିଲେ,ଯାହାପରେ ମହିଳା ଜଣକ ଏହି ବାବଦରେ ପୋଲିସରେ ଏଫଆଇଆର ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More