Only for Entertainment

ରିସେପସନରେ ନିକଙ୍କୁ ଜିଜାଜୀ ଡାକିଲେ ଫଟୋଗ୍ରାଫର୍ସ,ଜାଣନ୍ତୁ କିପରି ଥିଲା ପ୍ରିୟଙ୍କାଙ୍କ ରିଆକ୍ସନ ।

aajtak
35

ଗତକାଲି ପ୍ରିୟଙ୍କା ଏବଂ ନିକ ବିବାହର ତୃତୀୟ ରିସେପସନ ଦେଇଛନ୍ତି । ଏଥିରେ ବଲିଉଡ ସେଲିବ୍ରେଟୀ ମାନେ ଯୋଗ ଦେଇଥିଲେ । ଷ୍ଟାଇଲିସ ଏବଂ ଏଥନିକ ଡ୍ରେସରେ ଅଭିନେତ୍ରୀ ଖୁବ ସୁନ୍ଦର ଦେଖା ଯାଉଥିଲେ । ନିକ ମଧ୍ୟ ସୁଟରେ ଖୁବ ହ୍ୟାଣ୍ଡସମ ଲାଗୁଥିଲେ । ଭେନ୍ୟୁରେ ପହଂଚିବା ପରେ ମିଡିଆ ପର୍ସନ ଉଭୟଙ୍କୁ ବୁକେ ଦେଲେ ଏବଂ ଏହି ଯୋଡ଼ି ଭେନ୍ୟୁରେ ଉପସ୍ଥିତ ଥିବା ସମସ୍ତ ଫଟୋଗ୍ରାଫର୍ସଙ୍କ ସହିତ ସେଲ୍ଫି ନେଲେ ।

 

ଏହି ମଧ୍ୟରେ ଏଭଳି ଏକ କଥା ଶୁଣିବାକୁ ମିଳିଲା ଯାହାପରେ ପ୍ରିୟଙ୍କା ହସକୁ ଅଟକାଇ ପାରିଲେ ନାହିଁ । ବାସ୍ତବରେ ଜଣେ ଫଟୋଗ୍ରାଫର୍ସ ନିକଙ୍କୁ ଜିଜାଜୀ କହି ଡାକିଲେ । ଏହା ଶୁଣି ପ୍ରିୟଙ୍କା ଜୋରରେ ହସିବାକୁ ଲାଗିଲେ । ପ୍ରିୟଙ୍କା ନିକଙ୍କୁ ଚାହିଁଲେ ଏବଂ ଉଭୟ ହସିବାକୁ ଲାଗିଲେ ।ତେବେ ଉଭୟ ବଲିଉଡ ଗୀତରେ ଡ୍ୟାନ୍ସ କଲେ । ଉଭୟ ଦୀପିକା ଏବଂ ରଣବୀରଙ୍କ ସହିତ ମଧ୍ୟ ଡ୍ୟାନ୍ସ କଲେ । ବାଜିରାଓ ମସ୍ତାନୀର ଷ୍ଟାରକାଷ୍ଟ ଏକା ସାଙ୍ଗରେ ଷ୍ଟେଜ ଉପରେ ଧୁମ ମଚାଇଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More