Only for Entertainment

ଧୂମପାନ କରୁନଥିଲେ ମିଳିବ ଅଧିକ ଛୁଟି, ଜାଣନ୍ତୁ କେଉଁ କମ୍ପାନୀ ଆରମ୍ଭ କରିଛି ଏହି ନିୟମ

Narcity
25

ଯଦିି ଆପଣଙ୍କ ଅଫିସରେ ବି ଏହି ନିୟମ ଲାଗୁ ହୋଇଯାଏ କି ସିଗାରେଟ୍ ଟାଣୁନଥିବା କର୍ମଚାରୀଙ୍କୁ ସିଗାରେଟ୍ ଟାଣୁଥିବା କର୍ମଚାରୀଙ୍କ ଠାରୁ ଅଧିକ ଛୁଟି ମିଳିବ । ତେବେ କେମିତି ହେବ । ଏମିତି ହେବା ଦ୍ୱାରା ବୋଧହୁଏ କିଛି କର୍ମଚାରୀ ସିଗାରେଟ୍ ଟାଣିବା ଛାଡି ଦିଅନ୍ତି । ହୋଇପାରେ ଏହି ଖବର ପଢ଼ି ଆପଣଙ୍କୁ ମିଛ ଲାଗୁଥାଇପାରେ । କିନ୍ତୁ ସତରେ ଏକ କମ୍ପାନୀ ଏମିତି କରିଛି । ସେହି କମ୍ପାନୀର ନୂଆ ନିୟମ ଅନୁସାରେ, ସ୍ମୋକିଙ୍ଗ ଛାଡୁଥିବା କର୍ମଚାରୀଙ୍କୁ ସ୍ମୋକ କରୁଥିବା କର୍ମଚାରୀଙ୍କ ତୁଳନାରେ ଅଧିକ ଛୁଟି ଦିଆଯିବ । ଏକ ମାର୍କେଟିଙ୍ଗ କମ୍ପାନୀ ତରଫରୁ ଏହି ପଦକ୍ଷେପ କର୍ମଚାରୀଙ୍କୁ ଅଧିକରୁ ଅଧିକ ସ୍ୱାସ୍ଥ୍ୟକର ଜୀବନଚର୍ଯ୍ୟା ପ୍ରତି ପ୍ରେରିତ କରିବା ପାଇ କରାଯାଇଛି ।

office

ପିଲାଲା ଇଙ୍କ ନାମକ ମାର୍କେଟିଙ୍ଗ କମ୍ପାନୀ ତରଫରୁ ନିଜର ଏମିତି ଏକ କର୍ମଚାରୀଙ୍କୁ ପ୍ରତି ବର୍ଷ ୬ଟି ଛୁଟି ଅଧିକ ଦେବା ପାଇଁ ଘୋଷରା କରାଯାଇଛି । ଯିଏ ସ୍ମୋକିଙ୍ଗ କରନ୍ତିନି କିମ୍ବା ସ୍ମୋକିଙ୍ଗ ଛାଡିବାର ନିଷ୍ପତ୍ତି ନେଇଛନ୍ତି । ପ୍ରକୃତରେ କମ୍ପାନୀର ସ୍ମୋକିଙ୍ଗ କରୁନଥିବା ଜଣେ କର୍ମଚାରୀଙ୍କ ତରଫରୁ ଅଭିଯୋଗ କରାଯାଇଥିଲା କି, ଧୂମପାନ କରୁଥିବା କର୍ମଚାରୀ ତାଙ୍କ ଠାରୁ ଅଧିକ ବ୍ରେକ୍ ନେଉଛନ୍ତି ଓ ଏହା ଦ୍ୱାରା କମ୍ପାନୀର ଉତ୍ପାଦନ ପ୍ରଭାବିତ ହୁଏ । ସେ ଏହା ବି କହିଛନ୍ତି କି, ଅଫିସ ୨୯ତମ ମହଲାରେ ଥିବାବେଳେ ସ୍ମୋକିଙ୍ଗ ରୁମ୍ ବେସମେଂଟରେ ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More