Only for Entertainment

ଆଚାର ଖାଇବା ପାଇଁ ଭଲପାଉଛନ୍ତି କି ? ସାବଧାନ ହୋଇପାରେ ଏହି ସବୁ ରୋଗ

archanaskitchen
0 37

ଆଜିକାଲି ବଜାରରେ ଅନେକ ପ୍ରକାରର ଆଚାର ମିଳୁଛି। ଲେମ୍ବୁ,ଗାଜର,ଲଙ୍କା,ରସୁଣ,ଆମ୍ବ, ଇତ୍ୟାଦି ଅନେକ ପ୍ରକାରର ଆଚାର ବଜାରରେ ଉପଲବ୍ଧ। ସେହି ଆଚାର ଖାଇବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି ଅଧିକ ପରିମାଣରେ ଆଚାର ଖାଇବା ଦ୍ୱାରା ଶରୀରର ଅନେକ ପ୍ରକାର କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା ଅଧିକ ଆଚାର ଖାଇବା ଦ୍ୱାରା କି କ୍ଷତି ହୋଇଥାଏ।

ବଜାରରେ ମିଳୁଥିବା ଆଚାରରେ ଅଧିକ ଲୁଣ ବ୍ୟବହାର କରାଯାଇଥାଏ। ଲୁଣର ପରିମାଣ ଅଧିକ ରହିବା ଦ୍ୱାରା ତାହା ଆଚାରକୁ ଖରାପ ହେବାରୁ ରକ୍ଷା କରିଥାଏ। ଲୁଣର ଅଧିକ ବ୍ୟବହାର ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ। ଏହା ରକ୍ତଚାପକୁ ବଢାଇଥାଏ। ବେଳେବେଳେ ଲୁଣର ଅତ୍ୟଧିକ ବ୍ୟବହାର ଜୀବନ ପ୍ରତି ପ୍ରାଣଘାତୀ ହୋଇଥାଏ। ସୋଡିୟମ୍‍ର ଅଧିକ ବ୍ୟବହାର ମସ୍ତିଷ୍କ ପାଇଁ ମଧ୍ୟ ବିପଦର କାରଣ ହୋଇଥାଏ। ବଜାରରେ ମିଳୁଥିବା ଆଚାରରେ ଅନେକ କେମିକାଲ ମିଶିଥାଏ। କେମିକାଲ ମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର ହେବାର ସମ୍ଭାବନା ଅଧିକ ଥାଏ।

ବଜାରରେ ମିଳୁଥିବା ଆଚାରରେ କିଛି ଏସିଡ ପଦାର୍ଥ ମିଶାଯାଇଥାଏ। ଏହାର ପ୍ରୟୋଗ ଦ୍ୱାରା ଆଚାର ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖି ହୋଇଥାଏ। ଆଚାରରେ ଅଧିକ ତେଲ ଓ ମସଲା ରହିଥାଏ। ଅଧିକ ଆଚାର ଖାଇବା ଦ୍ୱାରା ପାଚନ ପ୍ରକିୟାରେ ସମସ୍ୟା ଦେଖା ଦେଇଥାଏ।

ବଜାରରେ ମିଳୁଥିବା ଆଚାରରେ ଅଧିକ ତେଲ ବ୍ୟବହାର ହୋଇଥାଏ। ଆଚାରରେ ଅଧିକ ତେଲ ରହିବା ଦ୍ୱାରା ତାହା ଶୀଘ୍ର ନଷ୍ଟ ହୋଇ ନଥାଏ ଓ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ। ଅଧିକ ତୈଳଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମେଦବହୁଳତା ବଢିଥାଏ। ହୃଦଘାତ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More