Only for Entertainment

ମୁମ୍ବାଇର ପ୍ରଥମ ମହିଳା ବସ ଡ୍ରାଇଭର, ଇଂଜିନିୟର ମଧ୍ୟ ଏବଂ ରେସର ମଧ୍ୟ !

129

ମୁମ୍ବାଇରେ ରହୁଥିବା ୨୪ବର୍ଷୀୟ ପ୍ରତୀକ୍ଷା ଦାସ ଏବେ ଚାରିଆଡେ ଚର୍ଚ୍ଚିତ । ପ୍ରତୀକ୍ଷା ଏକା ସହ ଅନେକ ଧାରଣା ଭାଙ୍ଗିଛନ୍ତି । ସେ ମୁମ୍ବାଇର ପ୍ରଥମ ମହିଳା ବସ ଡ୍ରାଇଭର ଅଟନ୍ତି , ଯାହାଙ୍କୁ ରାଜରାସ୍ତାରେ ବସ ଚଲାଇବା ପାଇଁ ଲାଇସେନ୍ସ ମିଳିଛି । ସାଧାରଣତଃ ଏହା ଶୁଣିବାକୁ ମିଳେ ସଡକରେ ଟ୍ରକ କିମ୍ବା ବସ ଚଳାଇବା ଝିଅ କି ମହିଳାଙ୍କ କାମ ନୁହେଁ । ଆଉ ଏକ ଧାରଣା ରହିଛି ଯେ ଯଦି ଜଣେ ବସ ଡ୍ରାଇଭର ସେ କମ ପଢିଥାଏ କି ଅଧିକ ପଢିବା ଆବଶ୍ୟକତା ନାହିଁ । ମାତ୍ର ପ୍ରତୀକ୍ଷା ମେକାନିକଲ ଇଂଜିନିୟରିଂ ମଧ୍ୟ କରିଛନ୍ତି ।


ପ୍ରତୀକ୍ଷା ଗାଡିକୁ ଖୁବ ଭଲ ପାଆନ୍ତି ଏବଂ ତାଙ୍କୁ ଭାରୀ ଗାଡି ଅର୍ଥାତ ବସ କିମ୍ବା ଟ୍ରକ ଚଲାଇବାକୁ ଖୁବ ପସନ୍ଦ । ଏହା ଶିଖିବା ପାଇଁ ସେ ଲଗାତାର ୬ବର୍ଷ ଅଭ୍ୟାସ କରିଛନ୍ତି । ସେ ଆଗେ ବାଇକ ଏବଂ କାର ଚଲାଉଥିଲେ । ଏବେ ତାଙ୍କୁ ଟ୍ରକ ଏବଂ ବସ ଚଲାଇବାକୁ ଭଲ ଲାଗୁଛି ।

ପ୍ରତୀକ୍ଷା ଖୁବ ୟଙ୍ଗ ଏବଂ ଏନର୍ଜିଟିକ । ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଏବଂ ତାଙ୍କର ସେଲିବ୍ରିଟିଙ୍କ ଭଳି ଅନେକ ଫ୍ୟାନ୍ସ ରହିଛନ୍ତି । ସେ ନିଜ ପ୍ରୋଫାଇଲ ବାୟୋରେ ଜଣେ ମେକାନିକାଲ ଇଂଜିନିୟର ଏବଂ ବାଇକ ରେସର ବୋଲି ଲେଖିଛନ୍ତି ।


ଖବର ଲେଖାଯିବା ପୂର୍ବରୁ ସେ ଇନଷ୍ଟାରେ ୩୨୨ଟି ପୋଷ୍ଟ କରିଛନ୍ତି । ତାଙ୍କର ପ୍ରୋଫାଇଲ racerchick_11 କୁ ୪୬.୯ହଜାର ୟୁଜର୍ସ ଫଲେ କରୁଛନ୍ତି । ସେ ନିଜେ ୧୦୧ ପ୍ରୋଫାଇଲକୁ ଫଲୋ କରୁଛନ୍ତି । ସେ ଯେତେବେଳେ ୮ମରେ ପଢୁଥିଲେ ତାଙ୍କ ମାମୁଁଙ୍କ ବାଇକ ଚଳାଇବା ଆରମ୍ଭ କରିଥିଲେ । ସେ ଘୋଡା ଚଢିବା ମଧ୍ୟ ଶିଖିଛନ୍ତି ।


ମୁମ୍ବାଇରେ ବେଷ୍ଟ ବସ ଚଲାଇବା ଟ୍ରେନର ପ୍ରତୀକ୍ଷାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କହିଥିଲେ ସେ ପ୍ରଥମ ଥର ଗୋଟେ ଝିଅକୁ ବସ ଚଳାଇବା ପାଇଁ ତାଲିମ ଦେବାକୁ ଯାଉଛନ୍ତି । ମାତ୍ର ତାଙ୍କ ସଫଳତା ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଯାଇଥଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More