Only for Entertainment

ଆଉ ଜଣେ ଶ୍ରବଣ କୁମାର : ମା’ର ଇଚ୍ଛା ପୂରଣ ପାଇଁ ଚାକିରି ଛାଡିଲେ, ନିଜ ସ୍କୁଟରରେ ତୀର୍ଥସ୍ଥାନ ବୁଲାଇଲେ

nari
24

ଶ୍ରବଣ କୁମାର ନିଜ ପିତା ମାତାଙ୍କୁ କାନ୍ଧରେ ଉଠାଇ ତୀର୍ଥଯାତ୍ରା କରାଇଥିଲେ । ଆଜିକାଲି ପୁଅମାନେ ପିତାମାତାଙ୍କୁ ସେହି ସମ୍ମାନ ଦେବା ଖୁବ କମ ଦେଖିବାକୁ ମିଳୁଛି । ନିକଟରେ ସେହିଭଳି ଜଣେ ଶ୍ରବଣ କୁମାରଙ୍କୁ ଦେଖିବାକୁ ମିଳିଛି । କଳିଯୁଗର ଏହି ଶ୍ରବଣ କୁମାର ନିଜ ଚାକିରି ଛାଡି ମା’ଙ୍କ ଖୁସି ପାଇଁ ତାଙ୍କୁ ତୀର୍ଥଯାତ୍ରା କରାଇଛନ୍ତି । ମସୁରୀର ଡିକୃଷ୍ଣା କୁମାର ନିଜ ମା’ଙ୍କ ଇଚ୍ଛାକୁ ପୂରା କରିବା ପାଇଁ ସ୍କୁଟରରେ ହିଁ ତୀର୍ଥ କରିବା ପାଇଁ ବାହାରିଛନ୍ତି ।

ଡି କୃଷ୍ଣା କୁମାର ନିଜ ମା’ଙ୍କୁ ଭାରତର ସବୁ ତୀର୍ଥ ସ୍ଥାନ ବୁଲାଇବା ପାଇଁ ବ୍ୟାଙ୍କ ଚାକିରି ଛାଡି ନିଜର ୨୦ ବର୍ଷ ପୁରୁଣା ସ୍କୁଟରରେ ୪୮,୧୦୦ କିଲୋମିମଟର ଯାତ୍ରା କରିଛନ୍ତି । ୭ ମାସର ଯାତ୍ରା ସମୟରେ ସେ ଭାରତର ଅନେକ ପବିତ୍ର ସ୍ଥାନ ଭ୍ରମଣ କରିଛନ୍ତି । ଯାତ୍ରା ସମୟରେ ସେ ମା’ଙ୍କ ସହିତ ହୋଟେଲରେ ରହିବା ପରିବର୍ତ୍ତେ ମଠରେ ରହୁଥିଲେ । ଏହା ସହିତ ଯେତିକି ଆବଶ୍ୟକ ସେତିକି ପରିମାଣର ଜିନିଷ ସେ ସାଥିରେ ନେଇ ଯାତ୍ରା କରିଥାନ୍ତି ।

ଡି କୃଷ୍ଣା କୁମାରଙ୍କ ମା’ ପ୍ରତିଥିବା ଭଲପାଇବାକୁ ଦେଖି ମହିନ୍ଦ୍ରା କମ୍ପାନୀର ଚେୟାରମ୍ୟାନ ଆନନ୍ଦ ଗୋପାଳ ମହିନ୍ଦ୍ରା ଏତେ ପ୍ରଭାବିତ ହୋଇଛନ୍ତି ଯେ କୃଷ୍ଣାଙ୍କ ଯାତ୍ରାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ, ଡି କୃଷ୍ଣା କୁମାରଙ୍କୁ ସେ ଏକ କାର ଗିଫ୍ଟ କରିବା ପାଇଁ ଚହୁଁଛନ୍ତି । ଯେପରି ସେ ଭବଷ୍ୟତରେ ତାଙ୍କ ମା’ଙ୍କୁ କାରରେ ବିଭିନ୍ନ ତୀର୍ଥ ସ୍ଥାନ ବୁଲାଇପାରିବେ ।

କୃଷ୍ଣାଙ୍କ ମା’ ସସୁରୀରେ ଏକା ରହିଥାନ୍ତି । ସେ କେବେ ବି ଗାଁରୁ ବାହାରକୁ ବାହରିନଥିଲେ । କୃଷ୍ଣାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ମା’ଙ୍କ ଜୀବନ କେବଳ ରୋଷେଇ ଘରେ ହିଁ ସିମୀତ ହୋଇ ରହିଗଲା । ଥରେ କୃଷ୍ଣାଙ୍କ ମା’ ହମ୍ପୀ ଦେଖିବା ପାଇଁ ଇଚ୍ଛା ବ୍ୟକ୍ତ କରିଥିଲେ । ଏହା ପରେ କୃଷ୍ଣା ଚାକିରି ଛାଡି ମା’ଙ୍କ ତୀର୍ଥ ସ୍ଥାନ ବୁଲାଇବା ପାଇଁ ନିର୍ଣ୍ଣୟ ନେଇଥିଲେ । ମା’ଙ୍କୁ ଖୁସି ଦେବା ପାଇଁ ସେ ଭାରତର ଅନେକ ପବିତ୍ର ସ୍ଥାନ ଭ୍ରମଣ କରି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More