Only for Entertainment

ପିଲିଭିତରେ ଇନଷ୍ପେକ୍ଟରଙ୍କ କାନ୍ଧରେ ବସିଗଲା ମାଙ୍କଡ, ସୋସୀଆଲ ମିଡିଆରେ ଭିଡିଓ ଭାଇରାଲ !

23

ଅପରାଧୀଙ୍କୁ ଅନେକ ସମୟରେ ମଜା ଚଖାଉଥିବା ପୁଲିସ କେବେ କେବେ ସମର୍ପଣ କରିଥାଆନ୍ତି । ଏହିଭଳି କିଛି ଦେଖିବାକୁ ମିଳିଛି । ଦେଖିବାକୁ ମିଳିଛି ଯେ ଇଂସପେକ୍ଟରଙ୍କ କାନ୍ଧରେ ଗୋଟିଏ ମାଙ୍କଡ ବସିବାରୁ ସେ କିଛି ନ ପ୍ରତିକ୍ରିୟା ଦେଇ ଚୁପଚାପ କାମ ଶେଷ କରିଥିଲେ । ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ ଭାଇରାଲ ହେଉଛି ।

ନିକଟରେ ଉତ୍ତରପ୍ରଦେଶର ପିଲିଭିତ୍ ଥାନାରେ ଇନ୍ସପେକ୍ଟରଙ୍କ କାନ୍ଧ ଉପରେ ବସି ମୁଣ୍ଡରୁ ଉଙ୍କୁଣୀ କାଢୁଥିବା ମାଙ୍କଡର ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓ ଭାଇରାଲ୍ ହେବା ପରେ ବର୍ତ୍ତମାନ ଏହି ମାଙ୍କଡ ବିଷୟରେ ଆଉ ଏକ କୌତୁହଳଭରା ଖବର ଆସିଛି । ମାଙ୍କଡର ନାଁ ରାଜା କୁହାଯାଉଥିବା ବେଳେ ପିଲାବେଳୁ ମା’ଛେଉଣ୍ଡ ରାଜାକୁ ଟ୍ରାଫିକ୍ ପୋଲିସ୍ ଦିନେଶ୍ ପାଳିଥିଲେ ।

ଦିନେଶ୍ ମାଙ୍କଡର ଖୁବ୍ ଯତ୍ନ ନେଉଥିଲେ କିନ୍ତୁ ପ୍ରୟାଗରାଜ୍ ଡ୍ୟୁଟି କରିବାକୁ ଯାଇଥିବା ଦିନେଶ୍ ରାଜାକୁ ପିଲିଭିତ୍ ରେ ହିଁ ଛାଡି ଚାଲି ଯାଇଥିଲେ । ସେହି ଦିନଠାରୁ ମାଙ୍କଡଟି ସହର ସାରା ଘୁରି ବୁଲୁଛି । କେତେବେଳେ କାହାର କାନରୁ ମଇଳା କାଢୁଛି ତ ଆଉ କାହା ଗାଡି ପଛପଟେ ବସି ସହର ବୁଲୁଛି । ତେବେ ଦୁଇଦିନ ତଳେ ପୋଲିସ୍ ଅଫିସରଙ୍କ ମୁଣ୍ଡ ଉପରେ ବସି ଉଙ୍କୁଣୀ କାଢିବା ଭିଡିଓ ଠାରୁ ଏବେ ମାଙ୍କଡଟି ସୋସିଆଲ୍ ମିଡିଆ ସେନସେସନ୍ ପାଲଟିଯାଇଛି ।

କିଛି ଦିନ ତଳେ ଗାନ୍ଧୀ ଷ୍ଟାଡିୟମ୍ ରୋଡରେ ଗୋଟିଏ ବାଇକ୍ ଆରୋହୀ ଯାଉଥିବା ସମୟରେ ମାଙ୍କଡଟି ବାଇକ୍ ପଛପଟେ ବସିପଡିଥିଲା । ଖୁବ୍ କଷ୍ଟରେ ସେ ତଳକୁ ଓହ୍ଲାଇଥିଲା ।

ମଣିଷଙ୍କ ଭିଡରେ ନିଜକୁ ସହଜ ମନେ କରୁଥିବା ଏହି ମାଙ୍କଡକୁ ଯେତେବେଳେ ଲୋକେ ଘଉଡାଇବାକୁ ଆସନ୍ତି ସେ ସଲାମ୍ କରି ସମସ୍ତଙ୍କ ମନ ଜିତିନିଏ । ସୋମବାର ଥାନାରେ ପଶି ମାଙ୍କଡ ଇନ୍ସପେକ୍ଟର ଶ୍ରୀକାନ୍ତ ଦ୍ୱିବେଦୀଙ୍କ କାନ୍ଧ ଉପରେ ବସିଗଲା ଏବଂ ମୁଣ୍ଡରୁ ଉଙ୍କୁଣୀ ଖୋଜିବାକୁ ଲାଗିଲା । ବହୁତ ସମୟ ପରେ ତଳକୁ ଓହ୍ଲାଇ ଚାଲିଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More