Only for Entertainment

ରିଲିଜ ହେଲା ‘ଦ ସ୍କାଏ ଇଜ୍ ପିଙ୍କ’ର ଡ୍ୟାନ୍ସ ଗୀତ ‘ପିଙ୍କ ଗୁଲାବି ସ୍କାଏ’, ଦେଖନ୍ତୁ

Latestly
39

ଆଗାମୀ ବଲିଉଡ୍ ମୁଭି ‘ଦ ସ୍କାଏ ଇଜ୍ ପିଙ୍କ’ର ଡ୍ୟାନ୍ସ ଗୀତ ‘ପିଙ୍କ ଗୁଲାବି ସ୍କାଏ’ ରିଲିଜ୍ ହୋଇଛି । ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା, ଫରହାନ୍ ଅଖତର୍ଙ୍କ ସହ ଜାଇରା ୱସିମ୍ ଏବଂ ରୋହିତ୍ ସରଫଙ୍କୁ ଦେଖିବାକୁ ମିଳିଛି । ସଭିଏଁ ଧୁମ୍-ଧମାଲ୍ ଡ୍ୟାନ୍ସ କରିବାରେ ନଜର ଆସିଛନ୍ତି ଏହି ଗୀତରେ ।

ଏହି ସିନେମା ଜରିଆରେ ଅନେକ ଦିନ ପରେ ବଲିଉଡ୍ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଆଉ ଦ୍ୱିତୀୟ ଥର ପାଇଁ ଫରହାନଙ୍କ ସହ ତାଙ୍କ ରୋମାନ୍ସ ଦେଖିବାକୁ ମିଳିବ ଏହି ସିନେମାରେ । ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ସାସ୍ୱତ୍ ସିଂ ଓ ଜୋନିତା ଗାନ୍ଧୀଙ୍କ ଗାୟିକୀ । ଏହି ରୋମାଂଟିକ୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରିତମ୍ । ଆଉ ଏଥିରେ ଲିରିକ୍ସ ଦେଇଛନ୍ତି ଗୁଲଜାର୍ ।

ସିଦ୍ଧାର୍ଥ ରୟ କପୁର୍ ଓ ରୋନି ସ୍କୃୱାଲାଙ୍କ ପ୍ରଯୋଜନାରେ ରିଲିଜ୍ ହେବାକୁ ଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୋନାଲି ବୋଷ । ୧୧ ଅକ୍ଟୋବରରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଦ ସ୍କାଏ ଇଜ୍ ପିଙ୍କ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More