Only for Entertainment

ଜାତି ନଥିବା ମଣିଷ ଓ ଧର୍ମ ନଥିବା ସହର ! ପୁଡୁଚେରୀର ‘ସିଟି ଅଫ୍ ଡନ୍’

amazonaws
0 32

ଅର୍ଥ, କ୍ଷମତା,ସତ୍ତା ଓ ଧର୍ମ । ଏ ସବୁ ମାୟାରେ ସମସ୍ତେ ବାୟା । କିନ୍ତୁ ଏହି ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ନା ଟଙ୍କାର କୌଣସି ମୂଲ୍ୟ ଅଛି , ନା ଅଛି ଧର୍ମକୁ ନେଇ କୌଣସି ସଂଘର୍ଷ ନା ସତ୍ତା ଓ ସରକାର ପାଇଁ ଟେନସନ୍ । ଏହି ସହରରେ ନା କେହି ଉଚ୍ଚ – ନିଚ୍ଚ ଅଛନ୍ତି , ନାଁ କୌଣସି ଜାତି – ଅଜାତି ଅଛି , ନାଁ ଅଛି ମଣିଷ ମଣିଷ ମଧ୍ୟରେ କୌଣସି ଭେଦ ଭାବ । ହୁଏତ ଏହା ଆପଣଙ୍କ କଳ୍ପନା ବାହାରେ । କିନ୍ତୁ ଏହା ସତ । ସ୍ଥାନଟିର ନାଁ ହେଉଛି ‘ଅରୋବିଲେ’ ଯାହା ଚେନ୍ନାଇ ଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ଅବସ୍ଥିତ ।

ଏଠାରେ ଏକ ମନ୍ଦିର ମଧ୍ୟ ଅଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମନ୍ଦିର କୌଣସି ଧର୍ମ କିମ୍ବା ସଂପ୍ରଦାୟ ସହ ଜଡିତ ନୁହେଁ । ନା କୌଣିସି ଦେବା ଦେବୀ ଏଠାରେ ପୂଜା ପାଆନ୍ତି । ଏଠାକୁ ଲୋକମାନେ କେବଳ ଯୋଗ କରିବା ପାଇଁ ଆସନ୍ତି । ତେବେ ସହରଟି ‘ସିଟି ଅଫ୍ ଡନ୍’ ନାମରେ ମଧ୍ୟ ପରିଚିତ ।

ସମସ୍ତେ ସମାନ ସମ୍ମାନ ସହ ବଂଚିବା ଏହି ମୂଳ ଲକ୍ଷ ଆଧାରରେ ‘ଅରୋବିଲେ’ ୧୯୬୮ରେ ସ୍ଥାପିତ ହୋଇଥିଲା । ବ୍ୟକ୍ତି କୌଣସି ବି ଧର୍ମର ବା କୌଣସି ସଂପ୍ରଦାୟର ହେଉ ନା କାହିଁକି ସମସ୍ତଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଥାଏ ଏହି ସହର ଆଉ ସହରର ବାସିନ୍ଦା । କିନ୍ତୁ ସର୍ତ୍ତ ଯେ ବ୍ୟକ୍ତି ଜଣକ ସେବକ ଭାବରେ ରହି ପାରିବ । ୨୪୦୦୦ ଜନ ସଂଖ୍ୟା ବିଶିଷ୍ଟ ଏହି ସହରରେ ବର୍ତ୍ତମାନ ପ୍ରାୟ ୫୦ ଟି ଦେଶର ଲୋକ ରହୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More