Only for Entertainment

ଆକାଶରୁ ଗଳିଲା ମାଛ , ଏହାପରେ ହେଲା କଣ ଜାଣନ୍ତୁ !

0 50

ଆମେରିକାର ଉଟା ପ୍ରାନ୍ତରୁ ଏକ ଅଜବ ପ୍ରକାର ନଜାରା ଦେଖିବାକୁ ମିଳିଛି । ଅସଲରେ ଏଠାରେ ଏକ ହ୍ରଦକୁ ଅଚାନକ ଆକାଶରୁ ମାଛ ବର୍ଷା ହେବାର ଦେଖାଯାଇଥିଲା । ଏହି ଘଟଣାର ମଜାଦାର ଭିଡିଓ ଉଟା ଡିଭିଜନ ଅଫ ୱାଇଲ୍ଡ ଲାଇଫ ରିସର୍ଚ୍ଚସ ଫେସବୁକରେ ଅପଲୋଡ କରିଛନ୍ତି । ଅସଲରେ ଏହି ପୂରା ଘଟଣା ଏକ ପ୍ଲେନ ଉଟାର ଏକ ହ୍ରଦରେ ମାଛ ପକାଉଥିଲା, ଯାହାଦ୍ୱାରା କିଛି ସମୟ ପର୍ଯ୍ୟନ୍ତ ଅନୁଭବ ହୋଇଥିଲା ଯେ ଆକାଶରୁ ମାଛ ଗଳୁଛି ।

ଏହାର କାରଣ:
ଅସଲରେ ହ୍ରଦ ଉଚ୍ଚରେ ଥିବା ହେତୁ ଏହି ହ୍ରଦରେ ଗୋଟେ ହେଲେ ମାଉ ନଥିଲା । ତେଣୁ ଏହି ପ୍ରକ୍ରିିୟରେ ଗବେଶକ ମାନେ ମାଛ ଛାଡୁଥିଲେ । କହିବା ମୁତାବକ ଏଭଳି ମାଛ ଛାଡିବା କାରଣରୁ ଏଠାରେ ପ୍ରାୟତଃ ୯୫ପ୍ରତିଶତ ମାଛ ବଂଚିଛନ୍ତି ।
ଲାଇଭ ସାଇନ୍ସ ଡଟ କମ ଖବର ଅନୁସାରେ ଏହି ଉଟା ପ୍ରାନ୍ତରେ ପ୍ରାୟତଃ ୨୦୦ହ୍ରଦ ଅବସ୍ଥିତ । ଯେଉଁଠି ଏଭଳି ଭାବେ ହ୍ରଦରେ ମାଛ ଛଡାଯାଇଥାଏ । ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏଥିରେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More