Only for Entertainment

ଗର୍ଲଫ୍ରେଣ୍ଡ ସାମ୍ନାରେ ଅନ୍ୟ ଝିଅକୁ ଚାହିଁବାରୁ ବଏଫ୍ରେଣ୍ଡ ମୁଣ୍ଡରେ ଲ୍ୟାପଟପ କଚାଡ଼ିଦେଲେ ଗର୍ଲଫ୍ରେଣ୍ଡ

punjabkeshari
261

ଆମେରିକାର ମିୟାମିରୁ ଲସ ଏଂଜେଲ୍ସ ଯାଉଥିବା ଫ୍ଲାଇଟରେ ସେହି ସମୟରେ ଚହଳ ସୃଷ୍ଟି ହୋଇଗଲା ଯେତେବେଳେ ଜଣେ ମହିଳା ତାଙ୍କ ବଏଫ୍ରେଣ୍ଡ ସହିତ ଯୁକ୍ତି ଆରମ୍ଭ କରିଦେଲେ । ଦେଖୁ ଦେଖୁ ଯୁକ୍ତି ଝଗଡ଼ାରେ ବଦଳିଗଲା ଏବଂ ଗର୍ଲଫ୍ରେଣ୍ଡ ରାଗରେ ବଏଫ୍ରେଣ୍ଡ ମୁଣ୍ଡରେ ଲ୍ୟାପଟପ କଚଡ଼ିଦେଲେ । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏପର୍ଯ୍ୟନ୍ତ ଏହାକୁ ଲକ୍ଷାଧିକ ଭ୍ୟୁଜ ମିଳିସାରିଛି ।

Wife hits husband with laptop before plane takes off

"You're out of control": An argument between a wife and her husband escalates on an American Airlines flight prior to departure, with the woman grabbing her husband's laptop and smashing it over his head as he tries to get up and leave. https://abcn.ws/2Y3VVBU

Posted by ABC World News Tonight with David Muir on Thursday, July 25, 2019

ଦ ସନ’ ରିପୋର୍ଟ ଅନୁସାରେ ଯୁବକ ଜଣକ ଗର୍ଲଫ୍ରେଣ୍ଡ ସାମ୍ନାରେ ଆଉ ଏକ ଝିଅକୁ ଦେଖୁଥିଲା । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପ୍ରଥମେ ଯୁକ୍ତି ଏବଂ ପରେ ଝଗଡ଼ା ହେଲା । କୋଳାହଳ ସୃଷ୍ଟି ହେବାରୁ ଏୟାରହଷ୍ଟସ ପହଂଚି ଘଟଣାକୁ ସମାଧାନ କରିବାକୁ ଚେଷ୍ଟା କଲେ । ଝିଅଟି ବହୁତ ରାଗରେ ଥିବାରୁ ବଏଫ୍ରେଣ୍ଡକୁ ଚିତ୍କାର କରି କହି ଚାଲିଥିଲା । ଏହି ମଧ୍ୟରେ ଯୁବକ ଜଣକ କିଛି କହିବାରୁ ତାଙ୍କ ଗଲଫ୍ରେଣ୍ଡ ଅଧିକ ରାଗିଗଲେ ଏବଂ ବଏଫ୍ରେଣ୍ଡ ମୁଣ୍ଡରେ ଲ୍ୟାପଟପ କଚାଡ଼ିଦେଲେ । ପରିସ୍ଥିତି ବିଗିଡ଼ି ଯିବାରୁ ଯୁବକ ସେଠାରୁ ବାହାରି ଯିବାକୁ ଚେଷ୍ଟା କଲେ । ଅବଶ୍ୟ ଯୁବକଙ୍କୁ କୌଣସି ଆଘାତ ଲାଗିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More